କେନ୍ଦ୍ର ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌, ପରିଦର୍ଶନ କଲେ କୋଇଲା ଖଣି

ଝାରସୁଗୁଡ଼ା (କେନ୍ଯୁଜ୍) : କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସରପ୍ରାଇଜ୍‌ ଭିଜିଟ୍‌ । ଝାରସୁଗୁଡ଼ା ଜିଲ୍ଲା ଇବ୍‌ ଭ୍ୟାଲି କୋଇଲା ଖଣିର ସମଲେଶ୍ୱରୀ ଖୋଲାମୁହଁ କୋଇଲା ଖଣି ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତାଙ୍କ କାର୍ଯ୍ୟକ୍ରମରେ ଲଖନପୁର କୋଇଲା ଖଣି ପରିଦର୍ଶନ କରିବାର ଥିଲା । ତେବେ ଅଚାନକ କେନ୍ଦ୍ରମନ୍ତ୍ରୀ ସମଲେଶ୍ୱରୀ କୋଇଲା ଖଣି ଯାଇଥିଲେ । କୋଇଲା ଉତ୍ପାଦନ ବୃଦ୍ଧି ଓ ରେଳପଥ ସଂଯୋଗୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ । ଝାରସଗୁଡ଼ା ପରେ ତାଳଚେର ଗସ୍ତ କରିଥିଲେ ପୀୟୂଷ ଗୋଏଲ । ସେଠାରେ ଭୁବନେଶ୍ୱରୀ ଓ ଲିଙ୍ଗରାଜ କୋଇଲା ଖଣି ପରିଦର୍ଶନ କରିଥିଲେ । କୋଇଲା ଉତ୍ତୋଳନ ଉପରେ ଗୁରୁତ୍ୱ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.