Below header

ଫିଟ ଦୀପିକାଙ୍କ ଫିଟନେସ ଭିଡ଼ିଓ ଭାଇରାଲ …

ମୁମ୍ବାଇ : ନିଜ ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଦୀପିକା ପାଦୁକୋନ। ତେବେ ଫିଗର ମେଣ୍ଟେନ୍‌ କରିବା ପାଇଁ ଜିମ୍‌ରେ ହେଭି ଓ୍ଵାର୍କଆଉଟ କରନ୍ତି ଦୀପିକା। ଦୀପିକାଙ୍କ ଏକ ଓ୍ଵାର୍କଆଉଟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବ୍ଲାକ କଲର ଜିମ୍‌ ଓ୍ଵିୟର ପିନ୍ଧି ବଡି ଓ୍ଵାର୍କ ଆଉଟ କରୁଛନ୍ତି ଦୀପିକା। ବହୁ କଷ୍ଟ କଷ୍ଟ ଏକ୍ସରସାଇଜକୁ ମଧ୍ୟ ଦୀପିକା ଖୁବ୍‌ ସହଜରେ କରି ଦିଅନ୍ତି।

ଦୀପିକାଙ୍କ ଟ୍ରେନର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ଏହି ଏକ୍ସରସାଇଜ୍‌ କରିବା ଏତେ ସହଜ ନୁହେଁ। ମାତ୍ର ଦୀପିକା ଏପରି ଏକ୍ସରସାଇଜ କରିବାରେ ମାହିର। ଆଗକୁ ଏସିଡ ପୀଡିତାଙ୍କ କାହାଣୀକୁ ନେଇ ନିର୍ମିତ ଫିଲ୍ମରେ ନଜର ଆସିବେ ଦୀପିକା। ଏହାକୁ ଦିପୀକା ନିଜେ ପ୍ରଡ୍ୟୁସ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.