Below header

ପାଠ ପଢ଼ାଉଥିବା ସମୟରେ ଗଲା ଜୀବନ, ସ୍କୁଲରେ ୨୦ଜଣ ଛାତ୍ରଛାତ୍ରୀଙ୍କ ସାମ୍ନାରେ ପ୍ରଧାନ ଶିକ୍ଷକଙ୍କୁ ହତ୍ଯା

ବାଙ୍ଗାଲୁରୁ : ରବିବାର ଦିନ ବାଙ୍ଗାଲୁରୁ ସ୍ଥିତ ହାବାନୁର ପବ୍ଲିକ୍ ସ୍କୁଲରେ ସ୍ବତନ୍ତ୍ର କ୍ଲାସ ଦେଉଥିବା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା। ୨୦ଜଣ ଛାତ୍ରଛାତ୍ରୀଙ୍କ ସାମ୍ନାରେ ସ୍କୁଲର ପ୍ରଧାନଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହା ବାସ୍ତବରେ ଥିଲା ହତ୍ଯା।

ଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କ ଅନୁଯାୟୀ , ବାଙ୍ଗାଲୁରୁ ଆଗ୍ରାହାର ଦଶରାହିଲ ଅଞ୍ଚଳର ହାଭାନୁର ପବ୍ଲିକ୍ ସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ଯରତ ୬୦ବର୍ଷିୟ ରଙ୍ଗନାଥଙ୍କ ଗତ ରବିବାର ହତ୍ଯା କରାଯାଇଛି। ଦଶମ ଶ୍ରେଣୀକୁ ପଢ଼ାଉଥିବା ସମୟରେ କିଛି ଗୁଣ୍ଡା ଗୋଷ୍ଠୀ ଶ୍ରେଣୀ ଭିତରକୁ ପଶିଆସିଥିଲେ। ସେମାନେ ତାଙ୍କୁ ସେଠାରେ ତାଙ୍କର ହତ୍ଯା କରିଥିଲେ। ଏହାପରେ ସେମାନେ କାର ଦ୍ବାରା ସେହି ସ୍ଥାନରୁ ପଳାଇଯାଇଥିଲେ।

principal

ପରେ ଘଟଣାର ତଦନ୍ତ କରୁଥିବା ବେଳେ ମହାଲକ୍ଷ୍ମୀ ଲେଆଉଟ ଅଞ୍ଚଳରୁ ସେହି ଗୋଷ୍ଠୀରୁ ଜଣଙ୍କୁ ଗିରଫ କରିଛି। ଏହି ସମୟରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିବା ସହ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସ୍କୁଲ ବିଲ୍ଡିଂକୁ ନେଇ ଚାଲିଥିବା ମାମଲା ହିଁ ଏହି ହତ୍ଯାର କାରଣ ବୋଲି କହିଛି ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.