Below header

ପୁରୀ: ଡେଲାଙ୍ଗ ମାଣିତ୍ରୀରୁ ୧୪ ଫୁଟର ଅଜଗର ସାପ ଉଦ୍ଧାର

ପୁରୀ(କେନ୍ୟୁଜ୍): ବିରାଟ ଅଜଗର ଉଦ୍ଧାର । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମାଣିତ୍ରୀରୁ ବିଶାଳ ଅଜଗରକୁ ଉଦ୍ଧାର କରାଯାଇଛି । ଅଜଗରର ଲମ୍ବ ପାଖାଫାଖି ୧୪ ଫୁଟ ହେବ । ସୂଚନା ଅନୁସାରେ ଗାଁ ନଈ ପଠାକୁ କିଛି ଲୋକ ଯାଇଥିବା ବେଳେ ଅଜଗରକୁ ଦେଖିଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ ଲୋକେ । ବନବିଭାଗ କର୍ମଚାରୀ ଆସି ଆଜି ଭୋର୍‌କୁ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଅଜଗରକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.