ଅଲଗା ଧର୍ମରେ ବିବାହ କରିବା ଯୋଗୁଁ ଇଣ୍ଡଷ୍ଟ୍ରୀ ଛାଡିଦେଇଥିଲେ ଏହି ଅଭିନେତ୍ରୀ, ଏବେ ପୁଣି ଫେରିଛନ୍ତି ପରଦାକୁ

ସିରିଅଲ ‘କହିଁ ତୋ ହୋଗା’ରେ କଶିଶ ଭୂମିକାକୁ ଆପଣମାନେ ନିଶ୍ଚିତ ଭାବେ ମନେ ରଖିଥିବେ। ଏହି ସିରିଅଲରେ ମୁଖ୍ୟ ଭୂମିକାରେ ନଜର ଆସିଥିବା କଶିଶ ଦର୍ଶକଙ୍କ ହୃଦୟରେ ଘର କରିସାରିଥିଲେ। କିନ୍ତୁ ଅନ୍ୟ ଧର୍ମରେ ବିବାହ କରିବା ତାଙ୍କୁ ପଡିଥିଲା ମହଙ୍ଗା। ଏଥିପାଇଁ ସେ ଟିଭି ଇଣ୍ଡଷ୍ଟ୍ରୀରୁ ଦୀର୍ଘଦିନ ଧରି ଉଭେଇ ଯାଇଥିଲେ।

amana a

କଶିଶଙ୍କ ପ୍ରକୃତ ନାମ ଅମନା ଶରିଫ୍‌। ଅମନା ୨୦୦୩ରେ ଟିଭି ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲେ। ଅମନା ‘ହୋଙ୍ଗେ ଜୁଦା ନା ହମ୍‌’ ଏବଂ ‘ନାୟିକା’ ଭଳି ସିରିଅଲରେ କାମ କରିଥିଲେ କିନ୍ତୁ ସିରିଅଲ ତାଙ୍କୁ ସିରିଲ ‘କହିଁ ତୋ ହୋଗା’ ଦେଇଥିଲା ପରିଚୟ। କେବଳ ଏତିକି ନୁହେଁ ସିରିଅଲ ଛଡା ଫିଲ୍ମ ‘ଏକ ଭିଲେନ’ରେ ରିତେଶଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ ଅମନା। ୨୦୧୩ରେ ଅମନା ପ୍ରେମିକ ଅମିତ କପୁରଙ୍କୁ ବିବାହ କରିବା ଯୋଗୁଁ ଟିଭି ଇଣ୍ଡଷ୍ଟ୍ରୀରୁ ଗାଏବ ହୋଇଯାଇଥିଲେ। ବିବାହ ପରେ ଅମନା ସୁମଲମାନରୁ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ।

ଏହାସହ ପଢ଼ନ୍ତୁ ; ଆଇସିୟୁରେ ଭର୍ତ୍ତି ମା’କୁ ବଞ୍ଚାଇବା ପାଇଁ ଶାହାରୁଖ ଆପଣାଇଥିଲେ ଏହି ଉପାୟ

2

ସୂଚନାଯୋଗ୍ୟ, ଏବେ ଅମନା ସିରିଅଲ ‘କସୌଟୀ ଜିନ୍ଦେଗୀ କେ’ ଜରିଆରେ ଟିଭି ଇଣ୍ଡଷ୍ଟ୍ରୀକୁ ଏଣ୍ଟ୍ରି କରିଛନ୍ତି। ଏଥିରେ ସେ ଜଣେ ଖଳନାୟିକା ଭୂମିକା ‘କମୋଲିକା’ ଚରିତ୍ରରେ ନଜର ଆସୁଛନ୍ତି। ପୂର୍ବରୁ ଏହି ଚରିତ୍ରରେ ହିନା ଖାନ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.