Below header

108MP ପ୍ରାଇମେରୀ କ୍ୟାମେରା ସହ ଲଞ୍ଚ ହେଉଛି Xiaomi Mi CC9 Pro, ମିଳିବ ୪ଟି ଆଡିସନାଲ କ୍ୟାମେରା

Xiaomi Mi CC9 Pro ଗତ ଏକ ମାସ ଧରି ଗୁଜବ ମଧ୍ୟରେ ରହି ଆସିଛି । କୁହାଯାଉଛି ଯେ ଏହି ଡିଭାଇସ 30W ଫାଷ୍ଟ ଚାର୍ଜିଙ୍ଗ ସହିତ ଆସୁଛି । ଏହା ସହିତ ଆଉ ଏକ ଗୁଜବ ଉଠିଛି ଯେ ଫୋନରେ 108MP ର କ୍ୟାମେରା ରହିବ ଯାହାକି ପ୍ରକୃତରେ ସତ ଅଟେ । Xiaomiର ଏକ ପୋଷ୍ଟର ଅନୁଯାୟୀ ଏହି ଫୋନ ନଭେମ୍ବର ୫ ତାରିଖରେ ବଜାରକୁ ଆସିବ ।

ଏହାସହ ପଢନ୍ତୁ ଟ୍ରିପଲ ରିୟର କ୍ୟାମେରା ସହ ଲଞ୍ଚ୍‌ ହେଲା Moto G8 Plus, ଜାଣନ୍ତୁ ଫିଚର ଓ ଦାମ୍‌

ସୂଚନା ଅନୁଯାୟୀ MI CC9 ପ୍ରୋ ରେ ସମୁଦାୟ ୫ଟି କ୍ୟାମେରା ରହିବ ଯାହାକି ଲମ୍ବା ଭାବେ ଡିଜାଇନ ହୋଇଛି । ସେଟଅପରେ ସାଇନର ପାର୍ଶ୍ଵରେ ଦୁଇଟି ଡୁଆଲ LED ଫ୍ଲାସ ଦେଖିବାକୁ ମିଳିଛି ଯାହାକୁ ‘ସାଇନ 5X ଅପ୍ଟିକାଲ’ କୁହାଯାଇଥାଏ ଓ ଏହା ଟେଲିଫଟୋ କ୍ୟାମେରା ବିଷୟରେ ସୂଚନା ଦେଇଥାଏ ।

Related image

 

 

Xiaomi କ୍ରିଏଟିଭ ଏବଂ ଜିଜ୍ଞାସୁ ଲୋକଙ୍କ ପାଇଁ CC ଲାଇନଅପ ଉପରେ ବେଶୀ ଫୋକସ କରୁଛି ଓ ଏହିଭଳି ସ୍ମାର୍ଟଫୋନରେ ବ୍ୟବହାରକାରୀମାନେ ସବୁ ପ୍ରକାରର ଫଟୋ ଉଠାଇବା ପାଇଁ ସକ୍ଷମ ହୋଇପାରିବେ । ଏହି ସିରିଜର କ୍ୟାମେରାରେ ଅନେକ ପ୍ରକାରର ସ୍ପେସିଆଲ ଫିଚର୍ସ ରହିଛି ଯେମିତିକି ୱାଇଡ ଆଙ୍ଗେଲ ଲ୍ୟାଣ୍ଡସ୍କେପ, 5X ଜୁମଡ ଇମେଜେସ, ଅନ୍ଧକାରରରେ ସ୍ପଷ୍ଟ ଚିତ୍ର ଉତ୍ତୋଳନ ପାଇଁ Samsung ISOCELL Bright HMX sensor ଏବଂ ଆଉଟ ଫୋକସ କରିବା ପାଇଁ portrait ଫିଚର ।

108 MP କ୍ୟାମେରା ପ୍ରଥମ ଥର ପାଇଁ ଆସିନାହିଁ । ପୂର୍ବରୁ ଏହା Mi Mix Alphaରେ ଦେଖାଯାଇଥିଲା । ସବୁ ପରେ ଏହା Xiaomi and Samsungର ମିଳିତ ଉଦ୍ୟମରେ ଡେଭଲପ କରାଯାଇ ଥିଲା । ଏହାସହିତ ଏହି ଇଭେଣ୍ଟ ଏକ ନୂଆ Xiaomi Mi TV ଏବଂ ଏକ ନୂଆ Xiaomi smartwatch ପାଇଁ ମଧ୍ୟ ଲଂଚିଙ୍ଗ ଗ୍ରାଉଣ୍ଡ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.