ରେଲେଓ୍ଵ ଷ୍ଟେଶନ କାନ୍ଥକୁ ସ୍ୱାମୀ ବୋଲି ଭାବି ନେଇଛନ୍ତି ଏହି ମହିଳା, ସବୁଦିନ ଆସି କରନ୍ତି ଏଭଳି କାମ

କାଲିଫର୍ଣ୍ଣିଆର ୪୬ ବର୍ଷୀୟା ଜଣେ ମହିଳା ଯେବେ ୯ ବର୍ଷର ଥିଲେ, ସେବେ ତାଙ୍କୁ ଏକ ରେଲେଓ୍ଵ ଷ୍ଟେଶନ ଉପରେ ଭଲପାଇବା ଆସିଯାଇଥିଲା। ୩୬ ବର୍ଷ ଧରି ଅପେକ୍ଷା କରିବା ପରେ ସେ ଷ୍ଟେଶନକୁ ନିଜ ସ୍ୱାମୀ ବୋଲି ଭାବି ନେଇଥିଲେ। ୯ ବର୍ଷ ବୟସରେ ସେ ସବୁଦିନ କାଲିଫର୍ଣ୍ଣିଆର ‘ସାନ୍ତା ଫେ ଟ୍ରେନ୍ ଷ୍ଟେଶନ’କୁ ଆସୁଥିଲେ। ତାଙ୍କୁ ସେଠାକାର କାନ୍ଥଗୁଡ଼ିକ ସହ ପ୍ରେମ ହୋଇଯାଇଥିଲା। କାନ୍ଥକୁ ଆଲିଙ୍ଗନ କରି ତାକୁ ଚୁମ୍ବନ ଦେଉଥିଲେ।

କିନ୍ତୁ କିଛିଦିନ ଗଲା ପରେ ସେ କାଲିଫର୍ଣ୍ଣିଆ ଛାଡ଼ି ଆଉ ଏକ ସହରକୁ ସିଫ୍ଟ ହୋଇଗଲେ। ହେଲେ ତାଙ୍କ ପ୍ରେମ କମିଯାଇ ନ ଥିଲା। ୩୬ ବର୍ଷ ପରେ ସେ ପୁଣିଥରେ ସେଠାକୁ ଫେରିଥିଲେ। ତାଙ୍କୁ ଷ୍ଟେଶନ କଥା ମନେ ପଡ଼ିଥିଲା। ଏପରି କି, ସେ ଗୁଗଲରେ ମଧ୍ୟ ନିଜ ପୁରୁଣା ପ୍ରେମକୁ ଖୋଜିଥିଲେ।

ଏହାସହ ପଢ଼ନ୍ତୁ: ଏଭଳି କାମ କରି କୋଟି କୋଟି ଟଙ୍କା କମାନ୍ତି ଏହି ଯୁବକ, ଜାଣିଲେ ବେହୋସ ହୋଇଯିବେ ଆପଣ

ମହିଳା କୁହନ୍ତି, ‘ଷ୍ଟେଶନର କାନ୍ଥଗୁଡ଼ିକୁ ଛୁଇଁବା ମାତ୍ରେ ହିଁ ମୋତେ ଏନର୍ଜି ମିଳିଥାଏ। ମୁଁ ବହୁତ ରୋମାଣ୍ଟିକ୍ ଅନୁଭବ କରିଥାଏ। ଏବେ ମଧ୍ୟ ସେହି ଷ୍ଟେଶନକୁ ମୁଁ ବହୁତ ଭଲ ପାଉଛି। ଏହାର କାନ୍ଥଗୁଡ଼ିକୁ ମୋତେ ଜୀବନ୍ତ ଏବଂ ତାଜା ଅନୁଭବ କରାଇଥାଏ। ମୁଁ ମନ ଭିତରେ ଏହାକୁ ନିଜ ସ୍ୱାମୀ ବୋଲି ଧରିନେଇଛି। ଏହି ଷ୍ଟେଶନ ମୋ ଜୀବନର ସବୁଠାରୁ ବେଷ୍ଟ ପାଟର୍ନର ଅଟେ। ମୁଁ ଏହାର ସ୍ତ୍ରୀ ହୋଇ ରହିବାକୁ ଚାହୁଁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.