Below header

Redmi Note 8T ଲାଇଭ୍ ଇମେଜ୍ ହେଲା ଲିକ୍, ଯଦି ଆପଣ ଫୋନ କିଣିବା ପାଇଁ ଭାବୁଛନ୍ତି ତେବେ ଅପେକ୍ଷା କରନ୍ତୁ

ଭାରତରେ Redmi Note 8, Note 8 Pro ଲଞ୍ଚ ପରେ ଏବେ Redmi Note 8T ଆପଣଙ୍କୁ ଜଲଦି ମିଳିବାକୁ ଯାଉଛି । କାରଣ ଚାଇନା ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Xiaomi ଆସନ୍ତା ବର୍ଷ Redmi Note 8T ଲଞ୍ଚ କରିବା ପ୍ରସ୍ତତିରେ। ଏହି ସ୍ମାର୍ଟଫୋନର ଲାଇଭ୍ ଇମେଜ୍ ଏବେ ଲିକ୍ ହୋଇଛି। ଏହାପୂର୍ବରୁ ଏହାର ସ୍ପେସିଫିକେସନ ଏବଂ କିଛି ଫିଚର୍ସ ଲିକ୍ ହୋଇଥିଲା।

Redmi Note 8T ଲିକ ହୋଇଥିବା ଇମେଜରୁ ଜଣାପଡୁଛି ଏହି ଫୋନ ଅବିକଳ Redmi Note 8 ଭଳି। ଏଥିରେ ମଧ୍ୟ ରିୟର ପ୍ୟାନେଲରେ ଚାରିଟି କ୍ୟାମେରା ଦିଆଯାଇଛି। ଫ୍ରଣ୍ଟରେ ବିଲକୁଲ ସେହିଭଳି ଡିଜାଇନ ଦିଆଯାଇଛି ଏବଂ ଓ୍ଵାଟର ଡ୍ରପ୍ ଷ୍ଟାଇଲ ନଞ୍ଚ ଦିଆଯାଇଛି।

phoneରିପୋର୍ଟ ଅନୁଯାୟୀ Redmi Note 8Tରେ NFC ସପୋର୍ଟ ଦିଆଯାଇଛି। ଲାଇଭ୍ ଇମେଜ୍ ଲିକ୍ ହେବା ପରେ ଏହା ସ୍ୱଷ୍ଟ ହୋଇଛି ଯେ NFC ସହିତ ଜଡିତ ଅନେକ ଫିଚର୍ସ ଏହି ସ୍ମାର୍ଟଫୋନରେ ଦିଆଯାଇପାରେ। ଏହି ସ୍ମାର୍ଟଫୋନରେ Qualcomm Snapdragon ୬୬୫ ପ୍ରୋସେସର ଦିଆଯିବ।

ଏହାସହ ପଢନ୍ତୁ : Xiaomi ଆଣୁଛି ଇଲେକଟ୍ରିକ ବ୍ଲାଙ୍କେଟ୍‌, ଆପ୍ ସାହାଯ୍ୟରେ କରିପାରିବେ ଅନ୍-ଅଫ୍‌

Redmi Note 8Tରେ ୬.୩ ଇଞ୍ଚର ଡଟ୍ ନଞ୍ଚ ଡିସପ୍ଲେ ଦିଆଯିବାର ଅନୁମାନ କରାଯାଉଛି। ସ୍ମାର୍ଟଫୋନରେ ୪,୦୦୦ମାହ ବ୍ୟାଟେରୀ ସହିତ USB Type Cଦିଆଯିବ। ଏହି ଫୋନରେ ମଧ୍ୟ 18W ଫାଷ୍ଟ ଚାଜିଂ ସପୋର୍ଟ ରହିଛି। ଫୋନର ବକ୍ସରେ କମ୍ପାନୀର ଫାଷ୍ଟ ଚାର୍ଜର ମଧ୍ୟ ଦିଆଯାଇପାରେ। ଲାଇଭ୍ ଇମେଜ୍ ବ୍ଲୁ କଲରର ରହିଛି। ଏହା ତିନିଟି କଲର ଭେରିୟଣ୍ଟରେ ଲଞ୍ଚ ହେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତରେ Redmi Note 8 Proର ପ୍ରାରମ୍ଭିକ ଦାମ ୧୪,୯୯୯ ଟଙ୍କା ରହିଛି। Redmi Note 8ର ପ୍ରାରମ୍ଭିକ ଦାମ ୯୯୯୯ ଟଙ୍କା ରହିଛି। କମ୍ପାନୀ ଏହାକୁ ଭାରତରେ ଜଲଦି ଲଞ୍ଚ କରିପାରେ, କାରଣ ଲଗାତର ଏହା ସହିତ ଜଡିତ ତଥ୍ୟ ଲିକ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.