‘ବିଗ୍ ବସ୍’ ରେ ଏଣ୍ଟ୍ରି କରିବେ ଏହି ନୂଆ ସଦସ୍ୟ

ଅନ୍ୟତମ ଲୋକପ୍ରିୟ ରିଆଲିଟି ସୋ’ ‘ବିଗ୍ ବସ୍’ର ଚଳିତ ସିଜିନରେ ଆଉ ଦୁଇ ଜଣ ନୂଆ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଗତ ଶନିବାର ସେମାନେ ‘ବିଗ୍ ବସ୍’ ଘରେ ଏଣ୍ଟ୍ରି କରିଥିଲେ। ସେମାନେ ହେଉଛନ୍ତି- ସୋଶାଲ୍ ମିଡିଆରେ ‘ସଞ୍ଜୁ ବାବା’ ନାଁରେ ଲୋକପ୍ରିୟ ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍‌ରେ ରାଜନୀତିକ ଡିବେଟ୍‌ରେ ପ୍ୟାନେଲିଷ୍ଟ ଭାବେ ଭାଗ ନେଉଥିବା ତହସିନ ପୁନାବାଲା। ‘ବିବି’ ହାଉସ୍‌ରେ ଏହି ଦୁଇ ଜଣଙ୍କର ଏଣ୍ଟ୍ରି ପରେ ଏବେ ସେଠାରେ ଆହୁରି ବହୁତ ଡ୍ରାମା ଓ ଧମାକା ଦେଖିବାକୁ ମିଳିବ ବୋଲି କୁହାଯାଉଛି।

bigboss

ଏହାସହ ପଢନ୍ତୁ: ଆଇସିୟୁରେ ଭର୍ତ୍ତି ମା’କୁ ବଞ୍ଚାଇବା ପାଇଁ ଶାହାରୁଖ ଆପଣାଇଥିଲେ ଏହି ଉପାୟ

ଅନ୍ୟପକ୍ଷରେ ଶନିବାର ଦିନ ‘ବିଗ୍ ବସ୍’ର ହୋଷ୍ଟ୍ ସଲ୍‌ମାନ୍ ଖାନ୍ ବହୁତ ରାଗି ଯାଇଥିଲେ। ବିଶେଷ କରି ପାରସ ଛାବ୍ରା ଓ ଶେଫାଳିଙ୍କର ଅଭଦ୍ରାମୀ ବଢ଼ିବାକୁ ଲାଗିଥିବାରୁ ସଲମାନ୍ ସେମାନଙ୍କୁ ବହୁତ ଗାଳି କରିଥିଲେ। ଏହା ବ୍ୟତୀତ ରଶ୍ମି ଓ ଦେବୋଲିନାଙ୍କ ଉପରେ ସେ ଖୁବ୍ ବର୍ଷି ଥିଲେ। ସଲମାନ କହିଥିଲେ, “ତୁମେମାନେ ସବୁବେଳେ କହୁଛ ଯେ ଆଉ ବିଗ୍ ବସ୍ ଘରେ ରହିବନି। ଆଜି ମୁଁ ବିବି-ହାଉସ୍‌ର ଗେଟ୍ ଖୋଲି ଦେଉଛି, ଯିଏ ଯିବା କଥା ଯାଅ”। ଅନ୍ୟ ଜଣେ ପ୍ରତିଯୋଗୀ ଅସୀମ୍‌ଙ୍କୁ ବି ସଲ୍‌ମାନ୍ ଗାଳି କରିଥିଲେ। କାରଣ ସେ ‘ବିବି’ ଘରେ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.