ତିନି ଦିନରେ ୫୦ କୋଟି କ୍ଲବରେ ସାମିଲ ହେଲା ବହୁପ୍ରତୀକ୍ଷିତ ଫିଲ୍ମ ‘ହାଉସଫୁଲ୍-୪’

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ବହୁପ୍ରତୀକ୍ଷିତ ଫିଲ୍ମ ‘ହାଉସଫୁଲ୍-୪’ ତିନି ଦିନରେ ୫୦ କୋଟି କ୍ଲବରେ ପହଞ୍ଚିଯାଇଛି। ଏହା ରବିବାର ସୁଦ୍ଧା ୫୨.୮୯ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି। ସାଜିଦ୍ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍-୪’ ପ୍ରଥମ ଦିନ ୧୯.୦୮ କୋଟି ଟଙ୍କା , ଦ୍ବତୀୟ ଦିନ ୧୮.୮୧ କୋଟି ଟଙ୍କା ଏବଂ ରବିବାର ଦିନ ୧୫ କୋଟି ଟଙ୍କା ଆୟ କରିଛି। ଫରହାଦ୍–ସାମଜି ଏହାର ନିର୍ଦ୍ଦେଶନା ନେଇଛନ୍ତି।

ଏହାସହ ପଢନ୍ତୁ:

ଦୀପାବଳି ପାଳିବା ପାଇଁ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଏହି ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ଦେଲେ ନେହା କକ୍କର

ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ୍ ଦେଶମୁଖ୍,ବବି ଦେଓଲ୍,ଶରଦ୍ କେଲକର୍,ପୂଜା ହେଗ୍ଡେ,କ୍ରିତି ଖରବନ୍ଦା, କ୍ରିତି ସାନନ୍ , ଚଙ୍କି ପାଣ୍ଡେ ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।‘ହାଉସଫୁଲ୍-୪’ ହେଉଛି ୨୦୧୯ରେ ଅକ୍ଷୟ କୁମାରଙ୍କ ରିଲିଜ୍ ହୋଇଥିବା ନୂଆ ସିନେମା। ଏ ବର୍ଷ ଆଗରୁ ତାଙ୍କ ଅଭିନୀତ ‘କେଶରୀ’ ଏବଂ ‘ମିଶନ ମଙ୍ଗଲ’ ରିଲିଜ୍ ହୋଇଥିଲା, ଯାହା ବକ୍ସଅଫିସରେ ଭଲ ପ୍ରଦର୍ଶନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.