Below header

ଦୈନିକ ଅଣ୍ଡା ଖୁଆଇ ନ ପାରିବାରୁ ସ୍ୱାମୀକୁ ଛାଡି ପ୍ରେମୀ ସହିତ ଛୁ ମାରିଲେ ମହିଳା

ଗୋରଖପୁରର ଏକ ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ମହିଳା ନିଜ ସ୍ୱାମୀଙ୍କୁ ଛାଡି ତାଙ୍କ ପ୍ରେମିକ ସହିତ ପଳାଇଛନ୍ତି। ଆପଣ ଭାବୁଥିବେ ଏଥିରେ କଣ ଅଛି ଏମିତି ତ ଅନେକ ଘଟଣା ପ୍ରାୟ ସମୟରେ ଘଟୁଛି କିନ୍ତୁ ନା ଆମେ ଆଜି ଆପଣଙ୍କୁ ଆଜି ଯେଉଁ ଘଟଣା ବିଷୟରେ ଜଣାଇବୁ ତାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ହସି ହସି ଗଡିଯିବେ।

ମହିଳା ଜଣଙ୍କ ଏଥିପାଇଁ ତାଙ୍କ ପ୍ରେମିକ ସହିତ ଲୁଚି ପଳାଇଛନ୍ତି କାରଣ ମହିଳାଙ୍କ ସ୍ୱାମୀ ତାଙ୍କୁ ପ୍ରତିଦିନ ଅଣ୍ଡା ଖାଇବାକୁ ଦେଉପାରୁନଥିଲେ। ସୂଚନା ଅନୁଯାୟୀ ଚାରି ମାସ ପୂର୍ବରୁ ମଧ୍ୟ ମହିଳା ପ୍ରେମୀଙ୍କ ସହିତ ପଳାଇଥିଲେ ଏବଂ ପରେ ଫେରିଆସି ପୋଲିସକୁ ଏହି କାରଣ କହିଥିଲେ। ଗତ ବର୍ଷେ ହେବ ମହିଳାଙ୍କର ଘର ପାଖରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମ ହୋଇଯାଇଥିଲା। ପ୍ରାୟ ଚାରି ମାସ ପୂର୍ବରୁ ମହିଳା ପ୍ରେମୀଙ୍କ ସହିତ ଲୁଚି ପଳାଇଥିଲେ।

womenକିନ୍ତୁ ପୋଲିସର ଚାପରେ ଯେତେବେଳେ ମହିଳା ଫେରିଥିଲେ ସେତେବେେଳେ ସେ ଜଣାଇଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ଅଣ୍ଡା ଖାଇବାକୁ ଦେଉନାହାନ୍ତି, କିନ୍ତୁ ପ୍ରେମୀକ ତାଙ୍କର ଏହ କଥାକୁ ବହୁତ ଧ୍ୟାନରେ ରଖୁଛନ୍ତି। ପୁଣି ଥରେ ଅଣ୍ଡା ନ ମିଳିବାରୁ ଝଗଡା କରି ଘରୁ ଫେରାର ହୋଇଯାଇଛନ୍ତି ମହିଳା। କିନ୍ତୁ ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି ଏଥର କିନ୍ତୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନଣନ୍ଦଙ୍କୁ ସାଙ୍ଗରେ ନେଇଯାଇଛନ୍ତି।

ଏହାସହ ପଢନ୍ତୁ : ବ୍ୟକ୍ତି ଟ୍ରେନରୁ କିଣିଲେ Redmi ପାଓ୍ଵାର ବ୍ୟାଙ୍କ୍‌, କିନ୍ତୁ କିଛି ସମୟ ପରେ ଯାହା ଘଟିଲା ତାକୁ ଦେଖି ସହ…

ସୂଚନା ଅନୁଯାୟୀ ମହିଳାଙ୍କ ସ୍ୱାମୀ ଦିନ ମଜୁରିଆ ଭାବରେ ପେଟ ପୋଷନ୍ତି। ତାଙ୍କର ବିବାହ ଚାରି ବର୍ଷ ପୂର୍ବରୁ ହୋଇଥିଲା। ତେବେ ମହିଳାଙ୍କ ସ୍ୱାମୀ ଏବେ ଥାନାରେ ଫେରି ଆସିବା ପାଇଁ ପୋଲିସକୁ ଗୁହାରୀ କରିଛନ୍ତି।ପୋଲିସ ଏହି ମାମଲାରେ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.