Below header

ଓଡ଼ିଶାକୁ ଘାରିଛି ଭୂମିକମ୍ପର ଭୟ, NDMA ଅନୁସାରେ ରାଜ୍ୟର ୧୫ ଜିଲାକୁ ରହିଛି ଭୂମିକମ୍ପ ବିପଦ

ଓଡ଼ିଶାକୁ ଘାରିଛି ଭୂମିକମ୍ପର ଭୟ । କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ -NDMA ଦ୍ୱାରା ପ୍ରକାଶିତ ଆର୍ଥକ୍ୱେକ୍ ହାଜାର୍ଡ ଜୋନିଂ ଆଟଲାସ ଅଫ୍ ଇଣ୍ଡିଆ-୨୦୧୬ ତଥ୍ୟ ଅନୁସାରେ ଓଡ଼ିଶା ଭୂକମ୍ପ ପ୍ରବଣ ରାଜ୍ୟ ।

ଓଡ଼ିଶାକୁ ଘାରିଛି ଭୂମିକମ୍ପର ଭୟ । କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ -NDMA ଦ୍ୱାରା ପ୍ରକାଶିତ ଆର୍ଥକ୍ୱେକ୍ ହାଜାର୍ଡ ଜୋନିଂ ଆଟଲାସ ଅଫ୍ ଇଣ୍ଡିଆ-୨୦୧୬ ତଥ୍ୟ ଅନୁସାରେ ଓଡ଼ିଶା ଭୂକମ୍ପ ପ୍ରବଣ ରାଜ୍ୟ । ତେବେ ଭୁକମ୍ପ ପ୍ରତି ଭୟ କେତେ ଓ କେଉଁ କେଉଁ ଜିଲ୍ଲାକୁ ଏହି ବପଦ ରହିଛି ନଜର ପକାଇନେବା ।

NDMA ଅନୁସାରେ ରାଜ୍ୟର ୧୫ ଜିଲାକୁ ଭୂମିକମ୍ପ ବିପଦ ରହିଛି। ପୁରୀକୁ ରହିଛି ଭୁକମ୍ପ ଭୟ , ଖୋର୍ଦ୍ଧାକୁ ରହୁଛି , କେନ୍ଦ୍ରାପଡ଼ା, ଜଗତ୍ ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। ଉକ୍ତ ଜିଲାଗୁଡ଼ିକୁ ମଧ୍ୟମ ଧରଣ ଭୂମିକମ୍ପପ୍ରବଣ ଅଞ୍ଚଳ ଜୋନ-୩ ଭାବେ ଘୋଷଣା କରାଯାଇଛି।

ବିଧାନସଭା ରେ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୁରୁବାର ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ପ୍ରଶ୍ନ ରହିଥିଲା ଯେ ରାଜ୍ୟର କେଉଁ କେଉଁ ଜିଲାକୁ ଭୂକମ୍ପପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି ? କେଉଁ ଅଞ୍ଚଳ ସମ୍ବେଦନଶୀଳ ଏବଂ ଅଣ ସମ୍ବେଦନଶୀଳ। ଏହି ଜିଲ୍ଲାଗୁଡ଼ିକ ମଧ୍ୟମ ଧରଣର ଭୂକମ୍ପପ୍ରବଣ ଜୋନ୍ ଭାବେ ଚିହ୍ନଟ ହୋଇଥିବା କୁହାଯାଇଛି ।

ଏହାସହ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାକୁ ଗୁରୁତ୍ବ ଦିଆଯାଇଥିବା ମଧ୍ୟ ସରକାର ଉଲ୍ଲେଖ କରିଛନ୍ତି । ଏପରିକି ସ୍କୁଲସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ତାଲିମ ଶିବିର ଆୟୋଜନ କରୁଛନ୍ତି ସରକାର। ସହରାଂଚଳର ଲୋକଙ୍କୁ ସହରୀ ଭୂମିକମ୍ପ ସମ୍ବେଦନଶୀଳ ହ୍ରାସ କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.