ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଆହତ

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ୧୫ ଆହତ, ୨ ଗୁରୁତର। କେନ୍ଦୁଝର ବାଂଶପାଳ ବ୍ଲକ ନୟାକୋଟ ଥାନା ତରମାକାନ୍ତ ନିକଟରେ ଏହି ଦୁର୍ଘଟଣା ଘଟିଛି।

ବାଂଶପାଳ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ୧୫ ଆହତ, ୨ ଗୁରୁତର। କେନ୍ଦୁଝର ବାଂଶପାଳ ବ୍ଲକ ନୟାକୋଟ ଥାନା ତରମାକାନ୍ତ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସଟି ଫୁଲଝରରୁ ପାଲଲହଡ଼ା ଯାଉଥିବାବେଳେ ତରମାକାନ୍ତ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସରେ ଥିବା ୩୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

You might also like