ଗାଁରେ ପାନୀୟ ଜଳର ଅଭାବ, ପ୍ରତିବାଦରେ ରାସ୍ତାରୋକ କଲେ ଗ୍ରାମବାସୀ

ପ୍ରତିଶୃତି ଦେଇଥିଲେ । ହେଲେ କଥା ଦେଇ କଥା ରଖିଲେନି । ଆଜି ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ପ୍ରତିଶୃତି ଶୁଣି ଶୁଣି ଶେଷରେ ପାଣି ଟୋପାଏ ପାଇଁ ବାଧ୍ୟ ହେଲେ ରାସ୍ତାରୋକ କରିବାକୁ ।

ପ୍ରତିଶୃତି ଦେଇଥିଲେ । ହେଲେ କଥା ଦେଇ କଥା ରଖିଲେନି । ଆଜି ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ପ୍ରତିଶୃତି ଶୁଣି ଶୁଣି ଶେଷରେ ପାଣି ଟୋପାଏ ପାଇଁ ବାଧ୍ୟ ହେଲେ ରାସ୍ତାରୋକ କରିବାକୁ । ଗ୍ରୀଷ୍ମଋତୁ ଆସିଲାଣି ଧିରେ ଧିରେ ବଢ଼ିଲାଣି ତାତି । ପାଣି ଟୋପାଏ ପାଇଁ କଲବଲ ହେଉଛନ୍ତି ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ମୁଖ୍ୟାଳୟରୁ ୩ କି. ମି ଦୁର ସଦର ବ୍ଳକ ମଣ୍ଡଆ ପଞ୍ଚାୟତର ଗୋବିନ୍ଦପୁର ଗାଁରେ । ଗାଁ ଲୋକେ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ପ୍ରତିବାଦରେ ଶହ ଶହ ମହିଳା ଗରା, ବାଲଟି , ଡେକଚି ଧରି ରାସ୍ତା ଅବରୋଧ କରିଛନ୍ତି । କେନ୍ଦୁଝର ପାଟଣା ମୁଖ୍ୟ ରାସ୍ତା ରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।

ଖରାଦିନ ଆରମ୍ଭ ନ ହେଉଣୁ କେନ୍ଦୁଝର ସହର ଗୋବିନ୍ଦପୁର ଗାଁରେ ଉତ୍କଟ ହେଉଛି ପାନୀୟ ଜଳର ସମସ୍ୟା । ହେଲେ ଗାଁରେ ସରୁନି ଦୁଃଖ। ଫାଲଗୁନ ମାସରେ ଗ୍ରୀଷ୍ମ ଋତୁରେ ଜଳ କଷ୍ଟ ଭୋଗୁଛନ୍ତି ଲୋକେ । ଗାଁର ଲୋକସଂଖ୍ୟା ୧୫ଶହ ପାଖାପାଖି ଥିବା ବେଳେ ରହିଛି ଦୁଇଟି ନଳକୂଅ ଯାହାକି ଲୋକଙ୍କୁ ପ୍ରଯ୍ୟାର୍ପ୍ତ ହେଉନାହିଁ । ଅନେକ ସମୟରେ ଏଥିରୁ ପାଣି ବାହାରୁ ନଥିବା ଅଭିଯୋଗ ହେଉଛି । ମେଗା ଜଳ ଯୋଗାଣ ପ୍ରକଳ୍ପ ଅଧିନରେ ପାଣି ପାଇପ୍ ବିଛା ଯାଇଥିବା ବେଳେ ଏହା ଏଯାଏ କାର୍ଯ୍ୟକ୍ଷମ ହୋଇନାହିଁ । ଗାଁ ରେ ନାଳ ଭିତରେ କେବଳ କିଛି ଯାଗାରେ ପାଇପ ଲାଇନ ପକାଇ ଦିଆଯାଇଛି । ସେପଟେ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇ ଗଲାଣି । ସେପଟେ ଦିନକୁ ଦିନ ଲୋକଙ୍କର ଜଳକଷ୍ଟ ବଢ଼ିବାରେ ଲାଗିଛି । ଏ ବିଷୟରେ ବିଭାଗୀୟ ଅଧିକାରୀ ତଥା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ମହିଳାମାନେ ରାସ୍ତା ଅବରୋଧ କରିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.