Below header

ଆଜି ସୁସ୍ଥ ହେଲେ ୧୬୪ ଜଣ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ପାଇଁ ଖୁସି ଖବର ।  ଆଉ ୧୬୪ ଜଣ କରୋନା ଆକ୍ରାନ୍ତ ହେଲେ ସୁସ୍ଥ । ଟ୍ବିଟ  କରି ସୂଚନା ଦେଲା  ସ୍ବାସ୍ଥ୍ୟ ବିଭାଗ। ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର  ୪୮, ଜଗତସିଂହପୁରର ୩୧ ଜଣ, ବାଲେଶ୍ବରର ୨୬ ଜଣ, କଟକର ୨୫, ଯାଜପୁରର ୧୨ ଜଣ, ଖୋର୍ଦ୍ଧାର ୧୨ ଜଣ,କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୩ ଜଣ ଲଖାଏଁ ସୁସ୍ଥ। ସେହିଭଳି କେନ୍ଦୁଝରରୁ ୨ଜଣ, ଭଦ୍ରକ ଓ ନୟାଗଡରୁ ଜଣେ ଲଖାଏଁ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ବର୍ତ୍ତମାନ ଓଡିଶାରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୫୩୫୩ ରେ।

ରାଜ୍ୟରେ ଆଜି ଆଉ ୨୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ ରେ ପହଞ୍ଚିଲା । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୦୮ ଓ ସ୍ଥାନୀୟ ଅଞ୍ଚଳରୁ ୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୯ଟି ଜିଲ୍ଲାରୁ ୨୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏହାସହ କରୋନାରେ ରାଜ୍ଯରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ୫୨ ବର୍ଷିୟ ଜଣେ ପୁରୁଷ । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.