Below header

ଗାଈ ପଲଙ୍କ ସହିତ ଏକାକୀ ପଙ୍ଗା ନେଲା ବତକ, ଆକ୍ରମଣ କରିବାକୁ ଆସିବାରୁ ଏମିତି କଲା ସାମ୍ନା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଜୀବ ଜନ୍ତୁଙ୍କ ଭିଡିଓକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଆପଣ ବାଘର ଶିକାର ହେଉ କିମ୍ବା ହାତୀର ଫନି ଭିଡିଓ ହେଉ ସବୁ ଭିଡିଓ ଦେଖିଥିବେ କିନ୍ତୁ ଆଜି ଯେଉଁ ଭିଡିଓ ଆପଣଙ୍କୁ କହୁଛୁ ତାହା ହେଉଛି ଏକ ବତକ ଏବଂ ଗାଈ ଭିତରର ଲଢ଼େଇ। ତେବେ ଏମାନଙ୍କର ଏହି ଘମାଘୋଟ ଲଢ଼େଇର ଭିଡିଓ ଏବେ ସୋସିଅଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ। ଆପଣ ଦେଖି ଆଶ୍ଚଯ୍ୟର୍ ହେବେ ଯେ ଏକା ଗୋଟିଏ ମାତ୍ର ବତକ ଗାଈ ପଲ ସହିତ ପଙ୍ଗା ନେଇଛି।

ଗାଈ ପଲଙ୍କ ଭିତରୁ ଗୋଟିଏ ଗାଈ ବତକକୁ ଅସହାୟ ଭାବିକି ତାକୁ ଆକ୍ରମଣ କରିବାରୁ ସାହସୀ ବତକ ତାକୁ ଥୁଣ୍ଟରେ ପାଲଟା ଆକ୍ରମଣ କଲା। ତେବେ ଏହି ଭିଡିଓକୁ ଆଇପିଏସ୍‌ ଅଫିସର ଦୀପାଂଶୁ କାବରା ଟ୍ଵିଟରରେ ସେୟାର କରିଛନ୍ତି।


ଭିଡିଓରେ ଆପଣ ଦେଖିପାରିବେ ଯେ ଖାଲି ମଇଦାନରେ ଏକ ବତକ ଛିଡା ହୋଇଛି ଏବଂ ପାଖରେ ଗାଈ ପଲ ଦଳବଦଳ ହୋଇ ଝିଡା ହୋଇଛନ୍ତି। ତେବେ ଗୋଟେ ଗାଈ ଯେତେବେଳେ ତା ପାଖକୁ ଆସିଲା ତ ବତକଟି ଛିଡା ହୋଇ ଡଟକର ସାମ୍ନା କଲା। ଯେମିତି ହିଁ ଗାଈ ପାଖକୁ ଆସିଲା ବତକ ଏମିତି ଥୁଣ୍ଟ ମାରିଲା ଯେ ଗାଈଟି ଡରି ପଛକୁ ପଳେଇଗଲା। ଏହାପରେ ଆଉ ଏକ ଗାଈ ଆସି ତାକୁ ଆକ୍ରମଣ କରିବାକୁ ପାଖକୁ ଯାଉଛି ତଥାପି ବତକଟି ନିଜ ଯାଗାରେ ଅଟଳ ରହିଛି।

ତେବେ ଏଥିରେ ବତକର ସାହସକୁ ଦେଖି ଲୋକମାନେ ଆଶ୍ଚଯ୍ୟର୍ ହେବା ସହିତ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ତେବେ କୁହାଯାଉଛି ଯେ ଏହି ଭିଡିଓ ୩ ବର୍ଷର ତଳର। ସେତେବେଳେ ବି ଏହି ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ତେବେ ଆଇପିଏସ ଦୀପାଂଶୁ କାବରା ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଭୟ ଠାରୁ ବଡ ଭ୍ରମ ଆଉ କିଛି ନାହିଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.