Below header

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର, କନ୍‌ଫର୍ମ ଟିକେଟ ନ ମିଳିଲେ ମଧ୍ୟ ଏମିତି କରି ପାରିବେ ବୁକିଙ୍ଗ୍‌

ନୂଆଦିଲ୍ଲୀ : ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଯଦି ଆପଣ କନ୍‌ଫର୍ମ ଟିକେଟ ପାଇ ପାରୁ ନାହାଁନ୍ତି ତେବେ ଭୟ କରିବାର ନାହିଁ । ଆପଣ ମଧ୍ୟ ତତ୍କାଳ ଟିକେଟ୍‌ ବୁକିଂ କରିପାରିବେ । ସୋମବାର ଠାରୁ ଟିକେଟ୍‌ ବୁକିଂ ଆରମ୍ଭ ହୋଇ ଯାଇଛି ।

ତେବେ ଟିକେଟ୍‌ ବୁକିଂ କରିବା ବେଳେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳର ପୁରା ଠିକଣା ଆରକ୍ଷଣ ଆବେଦନ ଫର୍ମରେ ଲେଖିବାକୁ ପଡ଼ିବ । ପ୍ରଥମ ଦିନ ଗୋରଖପୁର ଜଙ୍କ୍‌ସନ୍‌ ସ୍ଥିତ ଆରକ୍ଷଣ କେନ୍ଦ୍ରରେ ଗୋଟିଏ ବି ଟିକେଟ୍‌ ବୁକିଂ ହୋଇନଥିବା ଜଣାଯାଇଛି ।

ଲକ୍‌ଡାଉନ୍‌ ପରେ ରେଳବାଇ ତତ୍କାଳ ଟିକେଟ ସୁବିଧା ବନ୍ଦ କରିଦେଇଥିଲେ । ଏବେ ସ୍ୱତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ତତ୍କାଳ ବୁକିଂ ସୁବିଧା ମିଳିବ । ତତ୍କାଳ ଟିକେଟର ବୁକିଂ ଯାତ୍ରା ସମୟର ୨୪ ଘଣ୍ଟା ପୂର୍ବରୂ ବୁକିଂ ହୋଇଥାଏ ।

ସୋମବାର ଠାରୁ ୩୦ ଜୁନ୍‌ରେ ଯାତ୍ରା କରିବା ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି । ତତ୍କାଳ ଟିକେଟ ବୁକିଂ ପାଇଁ ପୂର୍ବ ଭଳି ସକାଳ ସାଢ଼େ ୫ ଟାରେ ଟୋକନ ନେବାକୁ ପଡ଼ିବ । ପୂର୍ବ ଭଳି ରେଳବାଇ ଆରକ୍ଷଣ କେନ୍ଦ୍ରରେ ସକାଳ ୧୦ଟାରେ ଏସି ଓ ୧୧ଟାରେ ସ୍ଲିପର ଶ୍ରେଣୀ ପାଇଁ ତତ୍କାଳ ଟିକେଟ୍‌ ବୁକିଂ କରାଯିବ ।

ତେବେ ଯାତ୍ରୀଙ୍କୁ ପ୍ରଥମ ଆରକ୍ଷଣ ଆବେଦନ ପତ୍ରରେ ମୋବାଇଲ୍‌ ନମ୍ବର ଓ ପୂର୍ଣ୍ଣ ଠିକଣା ଦେବାକୁ ପଡ଼ିବ ବୋଲି ରେଳବାଇ ପକ୍ଷରୁ ପଙ୍କଜ କୁମାର ସିଂହ ପ୍ରକାଶ କରିଛନ୍ତି । ରେଲବାଇ ଯଦିଓ ଅଗଷ୍ଟ ୧୨ ଯାଏ ଟ୍ରେନ୍‌ ନ ଚଳାଇବାକୁ ଘୋଷଣା କରିଛି ।

ତେବେ ଏହି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ର ସଂଖ୍ୟା ବଢ଼ା ଯାଇପାରିବ । ରେଳବାଇ ବୋର୍ଡ ଆନନ୍ଦ ବିହାର ଯିବାକୁ ଥିବା ହମ୍‌ସଫର ଏକ୍ସପ୍ରେସ, ଲକ୍ଷ୍ନୈା ଯିବାକୁ ଥିବା କୃଷକ ଏକ୍ସପ୍ରେସ୍‌ ଏବଂ ପ୍ରୟାଗରାଜ ଯିବାକୁ ଥିବା ଚୋରିଚୋରା ଏକ୍ସପ୍ରେସ୍‌, କୁଶିନଗର ଏକ୍ଦପ୍ରେସ୍‌, ଅହମ୍ମଦାବାଦ ସ୍ୱତନ୍ତ୍ର ଓ ଅବୋଧ ଏକ୍ସପ୍ରେସ୍‌ ଭଳି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଯାଉଛି ।

ଆସନ୍ତାକାଲି (ଗୁରୁବାର)ସକାଳ ୧୦ ଟାରେ ଛାଡ଼ିବ ଗୋରଖପୁର-ଅହମ୍ମଦାବାଦ-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍‌ । ଏହାର ସମୟ ସାରିଣୀ ୧ ଜୁଲାଇରୁ ବଦଳି ଯିବ । ନୂଆ ସମୟ ତାଲିକା ଅନୁଯାୟୀ ୦୯୦୮୯ ଅହମ୍ମଦାବାଦ-ଗୋରଖପୁର ସ୍ୱତନ୍ତ୍ର ଟ୍ରେନ୍‌ ସକାଳ ୫.୪୦ ବଦଳରେ ସକାଳ ୮ଟାରେ ଗୋରଖପୁର ପହଞ୍ଚିବ ।

ସେହିପରି ୦୯୦୯୦ ଗୋରଖପୁର-ଅହମ୍ମଦାବାଦ ସ୍ୱତନ୍ତ୍ର ଟ୍ରେନ୍‌ ସକାଳ ୮.୪୦ ବଦଳରେ ସକାଳ ୧୦ ଟାରେ ଗୋରଖପୁର ଷ୍ଟେସନ୍‌ରୁ ଅହମ୍ମଦାବାଦ ପାଇଁ ଛାଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.