Below header

ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତି ବାହୁବଳୀ ସେବାୟତ, ଜାଣନ୍ତୁ କାହିଁକି ସମସ୍ତଙ୍କ ମୁଁହରେ ତାଙ୍କର ଚର୍ଚ୍ଚା

ବାହୁବଳୀ ସେବାୟତ ଭାବେ ବେଶ ପରିଚିତ ଅନିଲ ଗୋଛିକାର । ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଆପଣ ଏହି ବ୍ୟକ୍ତିଙ୍କୁ ନିଶ୍ଚୟ ଦେଖିଥିବେ । କେବଳ ଚଳିତ ବର୍ଷ ନୁହେଁ ପୂର୍ବବର୍ଷ ମଧ୍ୟ ରଥଯାତ୍ରା ସମୟରେ ତାଳଧ୍ୱଜ ରଥ ଉପରେ ତାଙ୍କ ଫଟୋ ଭାଇରଲ ହୋଇଥିଲା । ତେବେ କିଏ ଏହି ବ୍ୟକ୍ତି ? କାହିଁକି ସେ ଏତେ ଭାଇରଲ ହେଉଛନ୍ତି ? ଆସନ୍ତୁ ଜାଣିବା ଏହି ଅନିଲ ଗୋଛିକାରଙ୍କ ବିଷୟରେ ।

ଜଣେ ବଡ଼ି ବିଲଡର ଭାବେ କେବଳ ପୁରୀ ନୁହେଁ ସାରା ଦେଶରେ ପରିଚିତ ଅନିଲ ଗୋଛିକାର । ପୂର୍ବରୁ ଅନେକ ବଡ଼ି ବିଲଡିଂରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟାଇଟିଲ ଜିଣି ବିଶ୍ଵ ଚମ୍ପିୟାନ ହୋଇସାରିଛନ୍ତି । ତେବେ ବଡି ବିଲଡର ଛାଡ ସେ ହେଉଛନ୍ତି ମହାପ୍ରଭୁଙ୍କର ଜଣେ ନିଷ୍ଠାକର ସେବକ । ଗତବର୍ଷ ରଥଯାତ୍ରା ସମୟରେ ତାଳଧ୍ୱଜ ରଥ ଉପରକୁ ଭିନ୍ନ ଅନ୍ଦାଜରେ ଚଢ଼ୁଥିବା ସମୟରେ ତାଙ୍କ ଫଟୋ ଭାଇରଲ ହୋଇଥିଲା । ଏହାପରେ ସମସ୍ତେ ତାଙ୍କୁ ବାହୁବଳୀ ସେବାୟତ ଭାବେ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ହେଉଥିବା ରଥଯାତ୍ରାରେ ସେ ବିନା କୌଣସି ପୂର୍ବ ପ୍ରଶିକ୍ଷଣ, ଅଭ୍ୟାସ କିମ୍ବା ମକ ଡ୍ରିଲରେ ସବୁ ସେବାୟତଙ୍କ ସହ ମିଶି ଟାଣ ଖରାରେ ରଥ ଟାଣିଥିଲେ । ତେବେ ବେଶ ଶାନ୍ତ, ସରଳ ସ୍ୱଭାବର ଅନିଲ ମହାପ୍ରଭୁଙ୍କ ରଥଟଣାରେ ସାମିଲ ହୋଇପାରିଥିବାରୁ ନିଜକୁ ବହୁତ ଗୌରବାନ୍ୱିତ ମାନେ କରନ୍ତି । ଦୌଡ଼ି ଧରି ଟାଣୁଥିଲେ ସତ କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହା ସମ୍ଭବ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.