ଆନାକୋଣ୍ଡା ଷ୍ଟାଇଲର ଟ୍ରେନ୍‌ ତିଆରି କରି ଇତିହାସ ରଚିଲା ରେଲୱେ, ଦେଖନ୍ତୁ ଭିଡିଓ

ନୂଆ ଇତିହାସ ରଚିଛି ଭାରତୀୟ ରେଳବିଭାଗ। ଦକ୍ଷିଣ-ପୂର୍ବ ମଧ୍ୟ ରେଲୱେ(SECR) ତିନିଟି ଟ୍ରେନ୍‌କୁ ଯୋଡ଼ି ଆନାକୋଣ୍ଡା ଭଳି ବନାଇ ଚଲାଇ ଇତିହାସ ସୃଷ୍ଟି କରିଛି। ଏହି ଟ୍ରେନ୍‌ ଉପରେ ୧୫ ହଜାର ଟନ୍‌ରୁ ଊର୍ଦ୍ଧ୍ୱ ଓଜନର ଚାପ ରହିଥିଲା। ଟ୍ରେନ୍‌ଟି ବିଳାସପୁର ଓ ଚକ୍ରଧରପୁର ଡିଭିଜନ୍‌ ମଧ୍ୟରେ ଚଳାଚଳ କରିଛି।

Super Anaconda: Rlys creates history, joins 3 loaded trains to ...

ଭାରତୀୟ ରେଲୱେର ଅଫିସିଆଲ ଟ୍ଵିଟର ଆକାଉଣ୍ଟ ଏହାର ଭିଡିଓ ସେୟାର କରିଛି। ଭିଡିଓରେ କ୍ୟାପସନ୍‌ ଲେଖାଯାଇଛି ‘କମ୍‌ ସମୟ ମଧ୍ୟରେ ଅଧିକ ଜିନିଷ ସ୍ଥାନାନ୍ତର କରିବା ଉଦ୍ଦେଶ୍ୟରେ ଏସ୍‌ଇସିଆରର ବିଳାସପୁର ଡିଭିଜନ୍‌ ୩ଟି ମାଲବାହୀ ଟ୍ରେନ୍‌କୁ ଯୋଡ଼ି ଚଳାଇ ଏକନୂଆ ରେକର୍ଡ ସୃଷ୍ଟି କରିଛି। ଟ୍ରେନ୍‌ର ଆନାକୋଣ୍ଡା ଫରମେସନ୍‌ ବିଳାସପୁର ଓ ଚକ୍ରଧରପୁର ଡିଭିଜନ୍‌ ମଧ୍ୟରେ ହୋଇଛି।’

ଏହି ଆନାକୋଣ୍ଡା ଥ୍ରୀ ଇନ୍‌ ଓ୍ଵାନ୍‌ ମାଲବାହୀ ଟ୍ରେନ୍‌ରେ ୧୭୭ ବୈଗନ ଓ ୬୦୦ ଏଚ୍‌ପି କ୍ଷମତା ବିଶିଷ୍ଟ ଇଲେଟ୍ରିକ୍‌ ଇଞ୍ଜିନ୍‌ ଲାଗିଥିବା କୁହାଯାଉଛି।

ପୂର୍ବରୁ ଚଳିତ ଜୁନ୍‌ରେ ଭାରତୀୟ ରେଲୱେ ପ୍ରଥମ ଡବଲ ଷ୍ଟେକ କଣ୍ଟେନର ଟ୍ରେନ୍‌କୁ ସଫଳତାପୂର୍ବକ ଉଚ୍ଚତାରେ ଓଭର ହେଡ ଇକ୍ୱିପ୍‌ମେଣ୍ଟ (OHE) ଇଲେକ୍ଟିଫାଇଡ୍‌ ସେକ୍ସନ୍‌ରେ ଚଳାଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.