ଜୁଲାଇ ୬ରୁ ଆରମ୍ଭ ହେଉଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ, ଜାଣନ୍ତୁ ଏହି ମାସରେ କେମିତି ଲାଭ କରିବେ ପ୍ରଭୁକୃପା

ଶ୍ରାବଣ ମାସ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଅର୍ପଣ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଏଣୁ କାଉଡ଼ିଆମାନେ ମହାଦେବଙ୍କ ନାମ ସୁମରଣ କରି ଜଳ ନେଇ ଲିଙ୍ଗଙ୍କୁ ଲାଗି କରାଇଥାନ୍ତି। ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସର ମହତ୍ତ୍ୱ ସମ୍ପର୍କରେ…

sawan

-ଚଳିତବର୍ଷ ଜୁଲାଇ ୬ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହୋଇ ଅଗଷ୍ଟ ୩ ଯାଏଁ ଚାଲିବ।

-ଧାର୍ମିକ କଥାନୁସାରେ ମା’ ପାର୍ବତୀ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପସ୍ୟା କରିଥିଲେ।

Bol Bum Yatra: On The Road To Salvation

-ଚଳିତ ଥର ଶ୍ରାବଣ ମାସରେ ବିଶେଷ ସଂଯୋଗ ରହିଛି। ଜୁଲାଇ ୬ ସୋମବାର ଦିନ ଶ୍ରାବଣ ମାସ ଆରମ୍ଭ ହେଉଥିବା ବେଳେ ଶେଷ ଦିନ ଜୁଲାଇ ୩ ବି ସୋମବାର ପଡ଼ୁଛି। ଆରମ୍ଭ ଓ ଶେଷ ସୋମବାର ପଡ଼ିବା ଏକ ଅଦ୍ଭୁତ ପୂର୍ବ ସଂଯୋଗ ବୋଲି କୁହାଯାଉଛି।

-ଶ୍ରାବଣ ମାସରେ ମହାଦେବଙ୍କ ଆରାଧନା କଲେ ସମସ୍ତ କଷ୍ଟ ଲାଘବ ହୋଇଥାଏ। ଏହି ସମୟରେ ଶିବଙ୍କ ପୂଜା କଲେ ସମସ୍ତ ମନୋସ୍କାମନାପୂର୍ଣ୍ଣ ହୋଇଥାଏ।

Maha Shivratri 2018 Know About Secret Of Lord Shiva Supernatural ...

-ଯେଉଁମାନଙ୍କର ବିବାହରେ ସମସ୍ୟା ଉପୁଜୁଛି ସେମାନେ ଏହି ମାସରେ ମହାଦେବଙ୍କ ପୂଜା କରିବା ଉଚିତ।

-ବୈବାହିକ ଜୀବନରେ ସମସ୍ୟା ଲାଗି ରହୁଥିଲେ ଶ୍ରାବଣ ମାସରେ ମହାଦେବଙ୍କ ପୂଜାର୍ଚ୍ଚନା କରନ୍ତୁ। ସମସ୍ତ ସମସ୍ୟା ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.