ଆତ୍ମହତ୍ୟାର ୩ ଘଣ୍ଟା ପୂର୍ବରୁ ଓ୍ଵିକିପେଡିଆରେ ଅପ୍‌ଡେଟ୍‌ ହୋଇଯାଇଥିଲା ସୁଶାନ୍ତଙ୍କ ମୃତ୍ୟୁ ସମୟ, କ’ଣ କେହି ପୂର୍ବରୁ ଜାଣିଥିଲେ ଏ ସମ୍ପର୍କରେ??

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ଏହି ମାମଲା ଉପରେ ତୀକ୍ଷ୍ମଣ ନଜର ରଖିଛି। ଇତି ମଧ୍ୟରେ ଓ୍ଵିକିପେଡିଆ ପେଜ୍‌ ଉପରେ ପ୍ରଶ୍ନ ଉଠିଛି। ଖବର ମୁତାବକ ମୁମ୍ବାଇ ପୋଲିସ ହାତରେ ଏକ ପ୍ରମାଣ ଲାଗିଛି। ଏହା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ। ସୁଶାନ୍ତଙ୍କ ଆତ୍ମହତ୍ୟା ୧୨ଟା ହୋଇଥିବା ବେଳେ ଓ୍ଵିକିପେଡିଆ ପେଜ୍‌ରେ ତାହା ୩ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୮.୫୯ରେ ଅପ୍‌ଡେଟ୍‌ ହୋଇଥିବା ନେଇ ସୂଚନା ଦିଆଯାଇଛି। ଫଳରେ ତାହାକୁ ତଦନ୍ତ ପରିସରକୁ ନେଇଛି ମୁମ୍ବାଇ ପୋଲିସ।

sushant2

ମାତ୍ର ପଚରାଉଚରା ବେଳେ ତାଙ୍କ ବନ୍ଧୁ ଓ ଚାକର କହିଥିଲେ ଯେ ସୁଶାନ୍ତ ପ୍ରାୟ ୯.୩୦ରେ ରୁମ୍‌ରୁ ବାହାରକୁ ଆସି ଜୁସ୍‌ ପିଇଥିଲେ। ୧୦ଟାରେ ସେ ପୁଣିଥରେ ରୁମ୍‌କୁ ଚାଲିଯାଇଥିଲେ। ଦିନ ପ୍ରାୟ ୧୨ ଟା ବେଳେ ତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଥିଲା। ଏଣୁ ୮.୫୯ରେ ସୁଶାନ୍ତଙ୍କ ଆତ୍ମହତ୍ୟା କଥା ଓ୍ଵିକିରେ କେମିତି ଲେଖାଗଲା ସେ ନେଇ ପ୍ରଶ୍ନ ଉଠିଛି।

ରିପୋର୍ଟ ମୁତାବକ ମୁମ୍ବାଇ ପୋଲିସ ଏହାକୁ ବୁଝିବା ପାଇଁ ସାଇବର ସେଲର ସହାୟତା ଲୋଡ଼ିଛନ୍ତି। ତେବେ ପୋଲିସର ସୂଚନାନୁଯାୟୀ ଓ୍ଵିକିପେଡିଆ ପେଜ୍‌ ୟୁଟିସି ଟାଇମ୍‌ଲାଇନ୍‌ରେ ଚାଲେ। ଏହା ଭାରତୀୟ ସମୟ ଠାରୁ ୫.୩୦ ମିନିଟ୍‌ ପଛରେ ଚାଲେ। ଏହି କାରଣରୁ ୟୁଜରଙ୍କୁ ଏହି ଟାଇମ୍‌ ଗ୍ୟାପ୍‌ ଦିଶୁଥିବା ସେ କହିଛନ୍ତି। ମୁମ୍ବାଇ ପୋଲିସ ସ୍ପଷ୍ଟ କରିଛି ଯେ ଓ୍ଵିକିପେଡିଆରେ କେହି କିଛି ଏପଟସେପଟ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.