Below header

ବିଜେଡି କଲା ସାଙ୍ଗଠନିକ ସ୍ତରରେ ଅଦଳ ବଦଳ, ଜାଣନ୍ତୁ କାହାକୁ କାହାକୁ ମିଳିଲା ଉପ-ସଭାପତି ଦାୟିତ୍ବ

ବିଜେଡି କଲା ସାଙ୍ଗଠନିକ ସ୍ତରରେ ଅଦଳ ବଦଳ। ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ବରିଷ୍ଠ ଉପସଭାପତି ତାଲିକାରେ  ଅଛନ୍ତି ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁରଙ୍କ ଭଳି ପ୍ରମୁଖ ନେତା।

bjd

ସେହିଭଳି ଉପସଭାପତି ତାଲିକାରେ ଅଛନ୍ତି ମଙ୍ଗଳା କିଷାନ, ସୌମ୍ୟରଂଜନ ପଟ୍ଟନାୟକ, ଦେବୀ ମିଶ୍ର ନିଯୁକ୍ତ, ବିକ୍ରମ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ପାତ୍ର, ପ୍ରଦୀପ କୁମାର ଅମାତ ଏବଂ ପଦ୍ମନାଭ ବେହେରା ନିଯୁକ୍ତି ପାଇଥିବା ବେଳେ ସଂଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ ମୁଖ୍ୟାଳୟ ଭାବେ ଦାୟିତ୍ବ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.