ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ

କେନ୍ୟୁଜ୍(ବ୍ୟୁରୋ):  ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା ପ୍ରଥମେ ନେଲା ଚାକିରି । ଏବେ ବନ୍ଧା ହେଲେ ବହିଷ୍କୃତ ଥାନା ବାବୁ । ଗିରଫ ହୋଇଛନ୍ତି ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ । ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଜି ଆନନ୍ଦ ମାଝୀଙ୍କୁ ପ୍ରଥମେ ଚାକିରିରୁ ବହିଷ୍କାର କରାଯାଇଥିଲା । ପୋଲିସ ଡିଜି କହିଥିଲେ, ଆଇଆଇସିଙ୍କ ଆଚରଣ ଲଜ୍ଜାଜନକ । ପୋଲିସ ବିଭାଗ ପକ୍ଷରୁ ନାବାଳିକାଙ୍କୁ କ୍ଷମା ପ୍ରାର୍ଥନା କରାଯାଇଛି । ସେପଟେ ବେଆଇନ ଗର୍ଭପାତ ଘଟଣାର ତଦନ୍ତ କରିବ ସ୍ୱତନ୍ତ୍ର କମିିଟି ।

ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ତିନିଜଣ ଦୁଷ୍କର୍ମ କରିଥିବା ନେଇ ଥାନାରେ ମାମଲା ହୋଇଥିଲା । ଆନନ୍ଦ ମାଝୀଙ୍କ ସମେତ ୬ ଜଣଙ୍କ ନାଁରେ ଏତଲା ହୋଇଛି । ବହିଷ୍କୃତ ଆଇଆଇସି ଧରାପଡ଼ିଥିବା ବେଳେ ଅନ୍ୟ ୫ ଜଣଙ୍କୁ ଖୋଜୁଛି ପୋଲିସ ।

ଗତ ମାସ ୨୩ ତାରିଖରେ ସାମନାକୁ ଆସିିଥିଲା ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା । ଗର୍ଭପାତ ପରେ ଅସୁସ୍ଥ ହୋଇ ପଡ଼ିଥିଲେ ପୀଡ଼ିତା । ରାଉରକେଲା ସରକାରୀ ଡାକ୍ତରଖାନାରେ ନାବାଳିକାଙ୍କୁ ଭର୍ତ୍ତି କରିବା ପରେ ସବୁ କଥା ପଦାକୁ ଆସିଥିଲା। ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.