Below header

ବ୍ରହ୍ମପୁର ମହେଶ୍ୱର ସାସମଲଙ୍କୁ ହତ୍ୟା ମାମଲା, ୧୮ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ

ବ୍ରହ୍ମପୁର (କେନ୍ୟୁଜ୍) : ୧୨ ବର୍ଷ ତଳର ହତ୍ୟା ମାମଲାରେ ଆସିଲା ରାୟ। ୧୮ ଜଣ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ କୋର୍ଟ। ୨୦୦୭ ମସିହାରେ ଗୋଷ୍ଠୀ ସଂଘର୍ଷରେ ବ୍ରହ୍ମପୁର ସଦର ଥାନା ଫୁଲଟା ଗାଁରେ ମହେଶ୍ୱର ସାସମଲଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ୧୨ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ରାୟ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ କୋର୍ଟ। ମହେଶ୍ୱରଙ୍କ ହତ୍ୟା ମାମଲାରେ ମୋଟ୍ ୧୯ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତେ ସର୍ତ୍ତମୂଳକ ଜାମିନ ପାଇଥିଲେ। ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତର ପୂର୍ବରୁ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.