ଆସନ୍ତା ୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ

ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତ ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଗତ ୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ହେଲେ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଯାହାକୁ ନେଇ ଅନିଶ୍ଚିତତା ଭିତରେ ରହିଥିଲେ ଛାତ୍ରଛାତ୍ରୀ। ଚଳିତ ବର୍ଷ ବାତ୍ୟା ଫନି ଯୋଗୁ ଯୁକ୍ତ ଦୁଇ ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଛି। ଚଳିତବର୍ଷ ଯୁକ୍ତ ଦୁଇ କଳାରେ ୨ଲକ୍ଷ ୩୫ ହଜାର ୧୮୩ ଜଣ, ବାଣିଜ୍ୟରେ ୨୭ ହଜାର ୨୭୮ ଓ ଧନ୍ଦାମୂଳକରେ ୮ ହଜାର ୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.