Below header

ଆଣ୍ଡ୍ରଏଡ ଗ୍ରାହକଙ୍କ ପାଇଁ ବଦଳିବ ଗୁଗୁଲ ମେସେଜିଂ ଆପର ଚେହେରା, ମିଳିବ ଅନେକ ନୂଆ ଫିଚର

ନୂଆଦିଲ୍ଲୀ : ଗୁଗୁଲ ନିଜର ଏସଏମଏସ ଆପକୁ ସଂପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି ଯାହାର ଆରମ୍ଭ ଚଳିତ ମାସରୁ ହିଁ ଆରମ୍ଭ ହେବାକୁ ଯାଉଛି। ମିଡିଆ ରିପୋର୍ଟ ମୁତାବକ, ଗୁଗୁଲ ନିଜର ଏସଏମଏସ୍ ସର୍ଭିସକୁ (ଆରସିଏସ) ନାମକୁ ଏକ ନେକ୍ଟ ଜେନେରେସ୍ ପ୍ଲାଟଫର୍ମ ସହ ରିପ୍ଳେସ୍ କରିବାକୁ ଯାଉଛି। ରିପୋର୍ଟରେ କୁହାଯାଇଛି, ଏହା ଦ୍ବାରା ଗ୍ରାହକଙ୍କୁ ରିସିଟ, ହାଇ କ୍ବାଲିଟି ଅଟାଚମେଣ୍ଟ ଭଳି ଫିଚର ମିଳିବ। ଏପରିକି ଚାଟିଂ ଆପ ଭଳି ସାମ୍ନା ଲୋକ ଟାଇପ କରୁଥିବା ମଧ୍ୟ ଜଣାପଡିବ।

ନିଶ୍ଚିତ ପଢ଼ନ୍ତୁ: ଏବେ ମୋବାଇଲ ନମ୍ବର ଭଳି ପୋର୍ଟ କରିପାରିବେ କାର ନମ୍ବର

ଗୁଗୁଲ ମେସେଜିଂ ଆପର ନୂଆ ପ୍ଳାଟଫର୍ମରେ ହ୍ବାଟ୍ସଆପ ଏବଂ ଆଇମେସେଜେସ୍ ଚାଟିଂ ପ୍ଳାଟଫର୍ମ ଭଳି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ମିଳିବ ନାହିଁ। ଫଳରେ ଏନକ୍ରିପସନରେ ସେଣ୍ଡର ଏବଂ ରିସିଭର ଛଡ଼ା ଆଉକୌଣସି ତୃତୀୟ ବ୍ୟକ୍ତି ତାଙ୍କ ମେସେଜ୍ ଦେଖିପାରିବେ ନାହିଁ। କମ୍ପାନୀ ତରଫରୁ କୁହାଯାଇଛି, ଆମେ ବିଶ୍ବାସ କରୁଛି କି ମେସେଜିଂ ପ୍ରଡକ୍ଟ ସଂପୂର୍ଣ୍ଣ ଭାବେ ବ୍ୟକ୍ତିଗତ ହେବା ଦରକାର। ଏଣୁ ଗ୍ରାହକଙ୍କୁ ଏନେଇ ଭଲ ସୁବିଧା ଯୋଗାଇ ଦେବା ଆମର ଦାୟିତ୍ବ ।ଏଣୁ ଏନେଇ କମ୍ପାନୀ ଏବେ ଯୋରଦାର କାମ ଚଲାଇଛି।

Google

ଗୁଗୁଲ ଆରସିଏସ୍ ଚାଟ ସର୍ଭିସ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ୟୁକେ ଏବଂ ପ୍ରାନ୍ସର ଗ୍ରାହକ ଏହାର ଲାଭ ଉଠାଇପାରିବେ। ଏହାପରେ ଧିରେ ଧିରେ ଏହାକୁ ଅନ୍ୟାନ୍ୟ ଦେଶ ମାନଙ୍କରେ ଲାଗୁ କରାଯିବ। ଗୁଗୁଲ ନିଜ ସର୍ଭିସକୁ ବର୍ଷ ସାରା ରିଲିଜ୍ କରିବ ଏପରିକି ସମସ୍ତ କ୍ଷେତ୍ର ପାଇଁ ଲାଗୁ କରିବ ବୋଲି କହିଛି। ଏହା ଥରେ ରୋଲଆଉଟ ହେବା ପରେ ଗ୍ରାହକଙ୍କୁ ଆଣ୍ଡ୍ରୋଏଡ ମେସେଜିଂ ଆପ ଆରସିଏସ ଚାଟରେ ଅପଗ୍ରେଡ କରିବାର ପ୍ରମ୍ପ୍ଟ ବ୍ୟାନର ଦେଖାଦେବ।

ନିଶ୍ଚିତ ପଢ଼ନ୍ତୁ: ହ୍ବାଟସଅପକୁ ଟକ୍କର ଦେବ Truecaller, ଶୀଘ୍ର ଲଞ୍ଚ ହେବ ଏହି ସର୍ଭିସ

ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆରସିଏସ ଚାର୍ଟ ସମସ୍ତ ଆନଣ୍ଡ୍ରଏଡ ଗ୍ରାହକଙ୍କୁ ମିଳିବ ଏବଂ ସମସ୍ତ ଡିଫଲ୍ଟ ଆପ୍ସର ଅଂଶ ହେବ। ଏନକ୍ରିପସନ୍ ଏବେ ଏହି ଚାର୍ଟ ପ୍ଳାଟଫର୍ମ ପାଇଁ ସବୁଠାରୁ ବଡ ବାଧକ । ଏହା ବିଷୟରେ କମ୍ପାନୀ କହିଛି , ଏଥିରେ ଗ୍ରାହକଙ୍କୁ ମେସେଜ୍ ଡେଲିଭର ହେବା ପରେ ଯେତେବେଳେ ଅନ୍ୟ ବ୍ୟକ୍ତି ଜଣଙ୍କ ଅନଲାଇନ ଅଛନ୍ତି ଏବଂ ମେସେଜ୍ ରିଡ କରୁଛନ୍ତି ଏହାର ତୁରନ୍ତ ପରେ ସେହି ମେସେଜ୍ ଡିଲିଟ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.