ଶପଥ ଗ୍ରହଣ ପରେ ବନ୍ଦେ ମାତରମ୍ କହିବାକୁ ମନା କଲେ ସାଂସଦ, କହିଲେ ଇସଲାମ୍ ବିରୋଧୀ

ଶପଥ ସମୟରେ ବନ୍ଦେ ମାତରମ୍ କହିବାକୁ ମନା କଲେ ସାଂସଦ । ସମାଜବାଦୀ ପାର୍ଟି ସାଂସଦ ଶାଫିକୁର ରହମାନ୍ ସଂସଦ ଗୃହରେ ଲୋକସଭା ସାଂସଦ ଭାବରେ ଶପଥ ନେବାପରେ କହିଥିଲେ, ବନ୍ଦେ ମାତରମ୍ ଇସଲାମ୍ ବିରୋଧୀ ତେଣୁ ମୁଁ ଏହାକୁ ଉଚ୍ଚାରଣ କରିପାରିବିନି । ଯାହା ଫଳରେ ଗୃହରେ ଉପସ୍ଥିତ ଅନ୍ୟ ନେତାମାନେ ବନ୍ଦେ ମାତରମ୍ ଏବଂ ଜୟ ଶ୍ରୀରାମ ନାରା ଲଗାଇବା ଆରମ୍ଭ କରିଦେଇଥିଲେ । ଏହା ସହ ଶାଫିକୁର ରହମାନଙ୍କ ଏହି ବୟାନକୁ ବିରୋଧ କରି କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ ।

ଅନ୍ୟପଟେ ଏହି ମନ୍ତବ୍ୟ ଦେଇ ନିଜ ଆସନକୁ ଚାଲଯିବାକୁ ଏତେ ବ୍ୟସ୍ତ ହୋଇପଡ଼ିଥିଲେ ଯେ ପରମ୍ପରା ମୁତାବକ ସ୍ୱାକ୍ଷର କରିବାକୁ ଭୁଲିଯାଇଥିଲେ ଶାଫିକୁର ରହମାନ୍  । ସୂଚନାଯୋଗ୍ୟ ୨୦୧୩ ମସିହାରେ ମଧ୍ୟ ବିବାଦକୁ ଆସିଥିଲେ ଶାଫିକୁର । ‘ବନ୍ଦେ ମାତରମ୍’ ଗାନ କରାଯିବା ସମୟରେ ସେ ଗୃହ ଛାଡ଼ି ପଳାଇଥିଲେ। ଯାହା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.