କର୍ଣ୍ଣାଟକରେ ଉତ୍କଟ ଜଳ ସମସ୍ୟା, ବର୍ଷା ପାଇଁ ଲୋକେ କଲେ ଗଣେଶଙ୍କ ଆରାଧନା

ବେଙ୍ଗାଲୁରୁ (କେ ନ୍ୟୁଜ୍‌) : ଚଳିତ ବର୍ଷ ଗ୍ରୀଷ୍ଣର ପ୍ରକୋପରେ କର୍ଣ୍ଣାଟକ ଓ ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ହ୍ରଦ ଗୁଡିକ ଶୁଖି ଯିବା ସହିତ ଜଳସ୍ତର ହ୍ରାସ ପାଇଛି । ଯାହା ଫଳରେ ସେଠାକାର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତ୍ୟଧିକ ଗରମ ଓ ଜଳ ଅଭାବ କାରଣରୁ ଲୋକମାନେ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଏଥିପାଇଁ କିଛି ଜାଗାରେ ପୂଜାପାଠ ଆଦି ଦ୍ବାରା ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରାଯାଉଥିବାର ଦେଖିବାକୁ ମିଳିଛି।

ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ସିଭାମୋଗା ଠାରେ, ଯେଉଁଠି ଉତ୍କଟ ଜଳ ସମସ୍ୟାକୁ ଆଖିର ରଖି ସ୍ଥାନୀୟ ଅଞ୍ଚଳରେ ଥିବା ଗଣେଶ ମନ୍ଦିରରେ ଶହ ଶହ କନ୍ନଡ଼ ସାଧକଙ୍କ ଭିଡ ଲଗିଥିଲା । ସେମାନେ ସମୂହ ଗୀତା ପଠନ କରି ଗଣେଶ ମହାପ୍ରଭୁଙ୍କୁ ବର୍ଷା ପାଇଁ ନିବେଦନ କରୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହିଭଳି ଭଗବାନ ବିଶ୍ବାସକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଏହାକୁ ଅନ୍ଧବିଶ୍ବାସ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.