ଆଉଟ୍ ହେଲେନି କୋହଲି, ତେଣୁ ମୈଦାନରେ ହାତ ଯୋଡି ଛିଡା ହେଲେ ପାକିସ୍ତାନୀ ବୋଲର୍

ବିଶ୍ୱ କପ୍‌ରେ ଭାରତଠୁ ପାକିସ୍ତାନ ଏମିତି ହାରିଲା ଯେ ସୋସିଆଲ୍ ମିଡିଆରେ ଭିଡିଓ ଥମିବାର ନାଁ ଧରୁନି । ମାଞ୍ଚେଷ୍ଟରରେ ହୋଇଥିବା ମ୍ୟାଚରେ ଜବରଦସ୍ତ ଚାପରେ ଥିଲେ ପାକିସ୍ତାନ ଖେଳାଳି । ଏପରିକି ଏହି ଚାପ ପାକ୍ ଖେଳାଳିଙ୍କୁ ହାତ ଯୋଡିବାରେ ବାଧ୍ୟ କରିଦେଲା । ସେହି ବୋଲରଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି ।

ଘଟଣାଟି ସେହି ସମୟର ଯେତେବେଳେ ପାକ୍ ବୋଲରଙ୍କୁ ନିର୍ଧୁମ୍ ପିଟୁଥିଲେ କୋହଲି । ତେବେ ବୋଲର ଇମାଦ ୱସିମଙ୍କ ଏକ ବଲରେ ସଟ୍ ମାରି ରନ୍ ପାଇଁ ଦୌଡୁଥିଲେ କୋହଲି । ଆଉ ଏହି ସମୟରେ ବିରାଟଙ୍କ ସାମ୍ନାରେ ହାତ ଯୋଡି ଛିଡା ହୋଇଗଲେ ୱସିମ୍ । କୋହଲି ନିଜେ ମଧ୍ୟ ୱସିମଙ୍କୁ ଏପରି କରୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ହେଲେ ଏଯାଏଁ ଜଣା ପଡିନାହିଁ ୱସିମ୍ ଏପରି କାହିଁକି କଲେ । କଣ ସେ କୋହଲିଙ୍କୁ ଅନୁରୋଧ କରୁଥିଲେ ଅଧିକ ରନ୍ କର ନାହିଁ ଆଉଟ୍ ହୋଇଯାଅ ।

ବିରାଟଙ୍କ ଧୂଆଁଧାର ବ୍ୟାଟିଂ ସାମ୍ନାରେ ମହମ୍ମଦ ଆମୀର ଏବଂ ୱହାବ୍ ରିୟାଜ୍ ଏବଂ ହସନ୍ ଅଲ୍ଲୀ ମଧ୍ୟ ନିରୁପାୟ ଏବଂ ଅସହାୟ ନଜର ଆସୁଥିଲେ । ଦିନିକିଆରେ ୧୧ହଜାର ରନ୍ ପୂରା କରି ପୁଣି ଏକ ରେକର୍ଡ କରିଥିଲେ କୋହଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.