Below header

କଟ ଅଫ ମାର୍କ ପ୍ରକାଶ ପାଇବା ପରେ ଆଜିଠୁ +୨ ନାମଲେଖା, ୨୧ ଯାଏ ଚାଲିବ ଆଡମିଶନ

ଭୁବନେଶ୍ବର(କେନ୍ଯୁଜ୍): କଟ ଅଫ ମାର୍କ ପ୍ରକାଶ ପାଇବା ପରେ ଆଜିଠୁ +୨ ନାମଲେଖା ହେବ । ୨୧ ତାରିଖ ଯାଏ ଚାଲିବ ଆଡମିଶନ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୮୬ ହଜାର ୪୬୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ । ସକାଳ ୧୦ରୁ ୫ ଟା ମଧ୍ୟରେ ନାମଲେଖା ପ୍ରକ୍ରିୟା ଚାଲୁ ରହିବ । ଗୋଟିଏ ଦିନରେ ପ୍ରତି ସ୍କୁଲରେ ୯୦ରୁ ୧୦୦ ଜଣ ପିଲାଙ୍କ ଆଡ଼ମିଶନ ପାଇଁ ବ୍ୟବସ୍ଥା ହୋଇଛି । ଘଣ୍ଟାକୁ ୧୫ ଜଣ ଛାତ୍ରଛାତ୍ରୀ ଏକାଠି ହୋଇ ନାମ ଲେଖାଇ ପାରିବେ । ଜଣେ ଛାତ୍ର କିମ୍ବା ଛାତ୍ରୀ ସହ ଜଣେ ଅଭିଭାବକ ଉପସ୍ଥିତ ରହିବେ ବୋଲି ଗାଇଡ଼ଲାଇନ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

ସେହିଭଳି କୋଭିଡ ନେଇ ମଧ୍ୟ ଗତବର୍ଷ ଭଳି ଏବର୍ଷ ମଧ୍ୟ ଏସ.ଓ.ପି ଜାରି ହୋଇଛି । ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତାକୁ ଆଖି ଆଗରେ ରଖି ନାମ ଲେଖା ପାଇଁ ଅଧିକ କାଉଣ୍ଟର କରାଯାଇଛି । ଯେଉଁଭଳି ପିଲାମାନଙ୍କର କୌଣସି ଅସୁବିଧା ନ ହୁଏ ସେଥିପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ନାମାଲେଖା ଚାଲିବାକୁ ଥିବାବେଳେ ପିଲାମାନେ ସ୍କୁଲ ଲିଭିଂ ସାର୍ଟିଫିକେଟ, କଣ୍ଡକଟ ସାର୍ଟିଫିକେଟ, ମାର୍କସିଟର ଓରିଜିନାଲ କପି ରଖିବାକୁ କୁହାଯାଇଛି । ଆସନ୍ତା ୨୭ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ତାଲିକା । ୨୯ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ । ବଳକା ସିଟ ତାଲିକା ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ । ୫ରେ ପଞ୍ଜିକରଣ ଓ ୭ ସ୍ପଟ ଆଡ଼ମିଶନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.