ବର୍ଷା ବିତ୍ପାତ: କଟକ-ଭୁବନେଶ୍ୱରରେ ସଜାଗ ଅଗ୍ନିଶମ ବିଭାଗ, ପାଖାପାଖି ୧୦୦ କର୍ମଚାରୀ ନିୟୋଜିତ

କଟକ(କେନ୍ଯୁଜ୍): ବର୍ଷା ବିତ୍ପାତ । ଲଗାଣ ବର୍ଷାରେ କଟକର କିଛି ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । କିଛି ଲୋକଙ୍କ ବେଡ୍‌ ରୁମ୍‌ ଭିତରେ ମଧ୍ୟ ପାଣି ପଶି ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ କଟକ-ଭୁବନେଶ୍ୱରରେ ସଜାଗ ରହିଛନ୍ତି ଅଗ୍ନିଶମ କର୍ମଚାରୀ । ପାଖାପାଖି ୧୦୦ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଜଳବନ୍ଦୀରୁ ଉଦ୍ଧାର କାର୍ଯ୍ୟ, ରାସ୍ତା ସଫେଇ ଆଦି କାର୍ଯ୍ୟ ଜାରି ରହିଛି । କଟକରେ ଅଗ୍ନିଶମ ବିଭାଗର ୨୨ଟି ଓ ଭୁବନେଶ୍ୱରରେ ୧୨ ଟି ପମ୍ପ ସେଟ୍‌ ଜଳ ନିଷ୍କାସନ କାର୍ଯ୍ୟରେ ଲାଗିଛି । ଏନେଇ ଚିଫ୍‌ ଫାୟାର ଅଫିସର ମହେଶ୍ୱର ସ୍ୱାଇଁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.