ବାଂଶପାଳ ରେଙ୍ଗାଳ ବେଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ବାଇକ ଆରୋହୀ ମୃତ ଜଣେ ଗୁରୁତର

ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ରେଙ୍ଗାଳ ବେଡା ଘାଟି ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୨ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ନୟାକୋଟ ଥାନା ମରସୁଆଁ ଗ୍ରାମର ଦିଲ୍ଲୀପ ପଲେଇ ଅନ୍ୟ ଜଣେ ସଦର ଥାନା ରାଇଗୋଡା ଗ୍ରାମର ପପୁ ପ୍ରଧାନ ଓ ଗୁରୁତର ଜଣକ ହେଲେ ରାଇଗୋଡା ଗ୍ରାମର ହରେକୃଷ୍ଣ ପ୍ରଧାନ। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ମରସୁଆଁ ଗ୍ରାମର ଦିଲ୍ଲୀପ ପଲେଇ ହିରୋ ବାଇକ(ଓଡ଼ି୦୯-ଜେ ୪୦୪୪)ରେ ସୁଣ୍ଡରା ପଟୁ କାଳୀମାଟି ଆଡକୁ ଯାଉଥିବା ବେଳେ ବିପରୀତ ପଟୁ ରାଇଗୋଡା ଗ୍ରାମର ପପୁ ପ୍ରଧାନ ଓ ହରେକୃଷ୍ଣ ପ୍ରଧାନ ହିରୋ ବାଇକ (ଓଆର୦୯ ଜି ୬୩୧୩)ରେ ଆସୁଥିଲେ।

ରେଙ୍ଗାଳ ବେଡା ଘାଟିରେ ଉଭୟ ମୁହାଁ ମୁହିଁ ଧକ୍କା ହେବାରୁ ରାସ୍ତା ଉପରେ ଛିଟିକି ପଡିଥିଲେ।  ଘଟଣା ସ୍ଥଳରେ ହିଁ ଦିଲ୍ଲୀପ ଓ ପପୁ ମୃତ୍ୟୁ ବରଣ କରିଥିବା ବେଳେ ବାଇକ ପଛରେ ବସିଥିବା ହରେକୃଷ୍ଣ ଗୁରୁତର ଆହତ ହୋଇଛନ୍ତି। ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ମୃତ ଦେହ ଜବତ କରିବା ସହ ଗୁରୁତର ହରେକୃଷ୍ଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଂଶପାଳ ମେଡିକାଲରେ ଭର୍ତ୍ତି କରିଛି।  ପୋଲିସ ଦୁର୍ଘଟଣା ଗ୍ରସ୍ତ ବାଇକ ୨ଟିକୁ ଜବତ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.