Below header

କଲୋନୋସ୍କୋପି ପରୀକ୍ଷା ପାଇଁ ବାଇଡେନ ଦାୟିତ୍ବରୁ ରହିବେ ବିରତ: କମଲା ହାରିସ ସମ୍ଭାଳିବେ ରାଷ୍ଟ୍ରପତିଙ୍କ କ୍ଷମତା

କେନ୍ୟୁଜ୍(ବ୍ୟୁରୋ):  ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମିଳିବ ରାଷ୍ଟ୍ରପତିଙ୍କ କ୍ଷମତା। ଆଜି କ୍ଷମତା ହସ୍ତାନ୍ତର କରିବେ ରାଷ୍ଟ୍ରପତି ଜୋ ବାଇଡେନ। କଲୋନୋସ୍କୋପି ପାଇଁ ବାଇଡେନ୍‌ ଆନେସ୍ଥେସିଆରେ ରହିବେ। ନିଶ୍ଚେତକରେ ରହିବା ସମୟ ପର୍ଯ୍ୟନ୍ତ କମଲା ହାରିସଙ୍କୁ ମିଳିବ ରାଷ୍ଟ୍ରପତିଙ୍କ କ୍ଷମତା।

ଆମେରିକାର ପ୍ରାୟ ୨୫୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଆମେରିକାର ଦାୟିତ୍ୱରେ ରହିବେ। ଆନ୍ତଃନଳି ଓ ମଳାଶୟରେ କୌଣସି ପରିବର୍ତ୍ତନ ହୋଇଛି କି ନାହିଁ ତାହା ଜାଣିବାକୁ କଲୋନୋସ୍କୋପି କରାଯାଏ। ଜୋ ବାଇଡେନ୍‌ ପ୍ରତିବର୍ଷ ଏହି ପରୀକ୍ଷା କରାନ୍ତି। ରାଷ୍ଟ୍ରପତି ହେବା ପରେ ବାଇଡେନ୍‌ଙ୍କ ଏହା ପ୍ରଥମ କଲୋନୋସ୍କୋପି। ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ଜୋ ବାଇଡେନ୍‌। କିଛି ଦିନ ପରେ ସେ ୭୯ ତମ ଜନ୍ମଦିନ ପାଳନ କରିବେ। ତା ପୂର୍ବରୁ ଆଜି ସକାଳୁ ୱାସିଂଟନ୍‌ ନିକଟରେ ଥିବା ୱାଲଟର ରିଡ୍‌ ମେଟିକାଲ ସେଣ୍ଟରକୁ ଯାଇଥିଲେ। କୋଲୋନୋସ୍କୋପି ପାଇଁ ବାଇଡେନଙ୍କୁ ନିଶ୍ଚେତକ ଦିଆଯିବ। ଆମେରିକା ପରମ୍ପରା ମୁତାବକ, ଉପରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତର କରାଯିବ। ଏ ସମୟରେ କମଲା ହାରିସ ଆମେରିକା ସେନା ଓ ସବୁ ଆଣିବିକ ଅସ୍ତ୍ରର ଦାୟିତ୍ୱରେ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.