Below header

ବର୍ବରତାର ସୀମାପାର : ଅନ୍ୟ ଜାତିର ପୁଅକୁ ବାହା ହେଲା ବୋଲି, ଝିଅକୁ ଦୁଷ୍କର୍ମ କରି ମାରିଦେଲା ବାପ

ଭୋପାଳ  : ବର୍ବରତାର ସୀମା ପାର କଲା ବାପା । ନିଜର ଝିଅକୁ କଲା ଦୁଷ୍କର୍ମ ଓ ପୁଣି ହତ୍ୟା । ଗତ ରବିବାର ଏମିତି ଛାତି ଥରା ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଅଭିଯୁକ୍ତ ୫୫ ବର୍ଷିୟ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ସମାଜରେ ବେଳେ ବେଳେ ଏପରି ଘଟଣା ଘଟେ ଯାହାକୁ ଶୁଣିଲେ ଦେହ ଥରିଯାଏ । ଜନ୍ମ କଲା ବାପା ନିଜର ଝିଅକୁ ଦୁଷ୍କର୍ମ କରି ହତ୍ୟା କରିବା ଘଟଣା ସଂସାରରେ ବିରଳ ଘଟଣା । ଏପରି ନୃଶଂସ କାର୍ଯ୍ୟ କୌଣସି ସଭ୍ୟ ସମାଜରେ କେବେ ହୋଇନଥିବ ।

ପୋଲିସ ସୂଚନାନୁଯାୟୀ, ଉକ୍ତ ଝିଅ ବାପା ଓ ପରିବାର ବିରୋଧରେ ଯାଇ ଏକ ଅନ୍ୟ ଜାତିର ପୁଅକୁ ବିବାହ କରିଥିଲେ । ଏହାକୁ ନେଇ ପିତା ଝିଅ ସହ ସମ୍ପର୍କ ମଧ୍ୟ କାଟି ଦେଇଥିଲେ । କିଛି ଦିନ ପୂର୍ବେ ଝିଅ ଭୋପାଳରେ ରହୁଥିବା ନିଜ ବଡ଼ ଭଉଣୀ ଘରକୁ ଦୀପାବଳି ପାଳନ କରିବାକୁ ଆସିଥିଲେ । ବଡ଼ ଭଉଣୀ ବାପା ଓ ଘରର ସଦସ୍ୟଙ୍କୁ ମଧ୍ୟ ଭୋପାଳ ଡାକିଥିଲା । ଏହି ସମୟ ଭିତରେ ଉକ୍ତ ଝିଅର ଛୋଟ ଶିଶୁର ନିମୋନିଆ କାରଣରୁ ମୃତ୍ୟୁ ହୋଇଥିଲା ।

ବାପା ଶିଶୁଟିର ସଂସ୍କାର କରିବା ପାଇଁ ଝିଅକୁ ନେଇ ପୁଅ ସହିତ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ପୁଅକୁ ଶବ ପାଖରେ ଛାଡ଼ି ଝିଅକୁ ଅଲଗା ଜଙ୍ଗଲ ଭିତରକୁ ଡାକିଥିଲେ । ଝିଅ ବାପା କଥାରେ ବିଶ୍ୱାସ କରି ସାଙ୍ଗରେ ଯାଇଥିଲା । ହେଲେ ବାପା ସେଠାରେ ଝିଅକୁ ଦୁଷ୍କର୍ମ କରିବା ସହ ତଣ୍ଟି ଚିପି ହତ୍ୟା କରି ଫେରି ଆସିଥିଲା । ଜଙ୍ଗଲରେ ଝିଅ ଓ ଉକ୍ତ ଶିଶୁର ଶବ ଛାଡ଼ି ଚାଲି ଆସିଥିଲେ ।

ପରେ ଏହି ଘଟଣା ଜଣାପଡ଼ିଥିଲା । ଝିଅଟିର ଶବ ପୋଷ୍ଟମର୍ଟମ କରିବାରୁ ଝିଅକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଥିଲା । ଫଳରେ ବାପକୁ ଗିରଫ କରି ପଚରା ଉଚାର କରିବା ପରେ ସବୁ ଘଟଣା ଜଣାପଡ଼ିଥିଲା । ପୋଲିସ ଆଗରେ ବାପ ସବୁ କଥା ସତ ମାନିଥିଲା ଯେ ଝିଅ ଅନ୍ୟ ଜାତିରେ ବିବାହ କାରଣରୁ ସେ ଗାଁରେ ଟାହି ଟାପରାର ଶିକାର ହେଉଥିଲେ ।

ଏପରିକି କିଛି ଲୋକ ତାଙ୍କୁ ଘରକୁ ମଧ୍ୟ ବନ୍ଦ କରିଥିଲେ । ଏଥିରେ ସେ ପ୍ରବଳ ରାଗିଥିଲେ । ମଉକା ମିଳିବାରୁ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ଅଭିଯୁକ୍ତ ବାପ । ଏହି ଘଟଣାରେ ପୋଲିସ ଉଭୟ ବାପ-ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.