ଆନ୍ଧ୍ରର ଚିତ୍ରାବତି ନଦୀରେ ହଠାତ୍ ତୀବ୍ର ବେଗରେ ମାଡ଼ି ଆସିଲା ପାଣି, ପରାକ୍ରମ ଦେଖାଇ ଫସିରହିଥିବା ଲୋକଙ୍କୁ ସେନା କଲା ଉଦ୍ଧାର

କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ବାୟୁସେନା ୧୦ ଜଣଙ୍କ ଜୀବନ ରକ୍ଷା କଲା । ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାର ଚିତ୍ରାବତି ନଦୀରେ ହଠାତ ପାଣି ଆସିବାରୁ ୧୦ ଜଣ ଫସି ଯାଇଥିଲେ । ଚିତ୍ରାବତି ନଦୀର ବ୍ରିଜ ଉପରେ ଗୋଟିଏ କାର ଭାସି ଯାଇଥିଲା । କାରରେ ଥିଲେ ୪ ଜଣ । ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଗୋଟିଏ ଜେସିବି ଜରିଆରେ ଯାଇଥିଲେ ଆଉ ୬ ଜଣ । କିନ୍ତୁ ବନ୍ୟପାଣିରୁ କେହି ବାହାରି ପାରିନଥିଲେ।

andhra

ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ ଉଦ୍ଧାର ଉଦ୍ୟମ କରି ବିଫଳ ହେବା ପରେ ଆନ୍ଧ୍ର ସରକାର ମାଗିଥିଲେ ବାୟୁସେନାର ସାହାଯ୍ୟ। ତୁରନ୍ତ ସାହାଯ୍ୟ ପାଇଁ ପହଞ୍ଚିିଥିଲା ବାୟୁସେନାର MI-17 ହେଲିକପ୍ଟର। ସର୍ଟ ନୋଟିସରେ ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା MI-17। ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟକରି ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.