Below header

ଚାଣକ୍ୟ ନୀତି : ଯଦି ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି, ଚାଣକ୍ୟଙ୍କ ଏହି କଥାକୁ ଗଣ୍ଠି ପକାଇ ରଖନ୍ତୁ

ପ୍ରସିଦ୍ଧ ନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ବହୁତ ପ୍ରସିଦ୍ଧ । ଚାଣକ୍ୟଜୀ ଏକ ନୀତିଶାସ୍ତ୍ର ରଚନା କରିଛନ୍ତି ଯେଉଁଥିରେ ସମାଜର ପ୍ରତ୍ୟେକ ବିଷୟରେ ଗଭୀର ଭାବେ ବିଶ୍ଲେଷର କରିଛନ୍ତି । କୁହାଯାଏ ଯିଏ ଚାଣକ୍ୟଙ୍କ ନୀତି କୁ ଜୀବନରେ ଲଗାଇଥାଏ ତାଙ୍କର କୌଣସି ଅସୁବିଧା ହୁଏନାହିଁ । ସେ ସର୍ବଦା ଜୀବନରେ ସଫଳ ହୋଇଥାଏ । ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ଅନୁସରଣ କରେ ସେ ବ୍ୟକ୍ତି ନିଜ ଜୀବନରେ ବହୁତ ଉନ୍ନତି କରେ ।

ଆଜି ବି ଚାଣକ୍ୟଙ୍କ ଗଣନା ଭାରତର ଶ୍ରେଷ୍ଠ ବିଦ୍ୱାନଙ୍କ ଭିତରେ ରହିଛି । ବିଭିନ୍ନ ବିଷୟରେ ଗଭୀର ଅନୁଭବ ତାଙ୍କୁ ଜଣେ ଶ୍ରେଷ୍ଠ ରାଜନୀତିଜ୍ଞ ଓ କୁଟନୀତିଜ୍ଞ କରିଛି । ଆଚାର୍ଯ୍ୟ ଚାଣକ୍ୟ ଜୀବନକୁ ସୁଖମୟ କରିବା ପାଇଁ କିଛି ଏମିତି କଥା କହିଛନ୍ତି ଯାହା ଆପଣଙ୍କୁ ସୁଖ ଶାନ୍ତି ଦେବାରେ ସାହାଯ୍ୟ କରିବ । ଆପଣଙ୍କୁ ଏକ ଭଲ ଜୀବନ ବିତାଇବାରେ ସହାୟକ ହେବ । ଆସନ୍ତୁ ଜାଣିବା ସୁଖ ଶାନ୍ତି ପାଇଁ କ’ଣ କରିବାକୁ କହିଛନ୍ତି ଚାଣକ୍ୟ ।

ଲୋଭ ତ୍ୟାଗ କରନ୍ତୁ :

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଅନ୍ୟର ଧନ ଦେଖିକରି ଲୋଭ କରନ୍ତି । ସେମାନେ ଭୂଲ କାମରେ ସଂଶ୍ଲିଷ୍ଟ ହୋଇ ଯାଆନ୍ତି । ଯେଉଁଥିପାଇଁ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡେ । ଲୋଭ କାରଣରୁ ବ୍ୟକ୍ତିକୁ କେବେ ଆତ୍ମିକ ଶାନ୍ତି ପ୍ରାପ୍ତ ହୁଏନାହିଁ । ଯଦି ଜୀବନରେ ସୁଖ, ଶାନ୍ତି ଓ ଆତ୍ମ ସନ୍ତୁଷ୍ଟି ଚାହୁଁଥାନ୍ତି ତେବେ ଲୋଭ ତ୍ୟାଗ କରିବା ଉଚିତ୍‌ ।

ଅଂହକାର ଠାରୁ ରୁହନ୍ତୁ ଦୂରରେ :

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଅହଂକାର ମନୁଷ୍ୟର ସବୁଠୁ ବଡ଼ ଶତ୍ରୁ । ବ୍ୟକ୍ତିକୁ ତେଣୁ ଅହଂକାର ତ୍ୟାଗ କରିବା ଉଚିତ୍‌ । ଅଂହକାର ବଶତଃ ବ୍ୟକ୍ତି ବହୁମୂଲ୍ୟ ସମ୍ପର୍କକୁ ତ୍ୟାଗ କରିଦେଇଥାଏ । ଯଦି ଜୀବନରେ ପ୍ରେମ, ସୁଖ ଓ ଶାନ୍ତି ପ୍ରାପ୍ତ କରିବାକୁ ଚାହୁଁଥାନ୍ତି ତେବେ ସର୍ବଦା ମିଠା କଥା କୁହନ୍ତୁ ।

କ୍ରୋଧ ଠାରୁ ରୁହନ୍ତୁ ଦୂରରେ :

ଚାଣକ୍ୟଙ୍କ ମତରେ କ୍ରୋଧ ମନୁଷ୍ୟର ବୁଦ୍ଧି ନଷ୍ଟ କରିଦେଇଥାଏ । କ୍ରୋଧରେ ବ୍ୟକ୍ତି ଅନ୍ୟ ସହିତ ନିଜର ମଧ୍ୟ ଅହିତ କରିଥାଏ । ବେଳେ ବେଳେ ବ୍ୟକ୍ତି କ୍ରୋଧ ବଶତଃ ଏପରି କରିଦେଇଥାଏ ଯେଉଁ କାରଣରୁ ସେ ପୁରା ଜୀବନ ନିଜକୁ ଦୋଷୀ ମାନିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.