Below header

ବୈତରଣୀ ବ୍ରିଜ ନିକଟରୁ ୨ ଅଫୁଟା ବୋମା ଉଦ୍ଧାର, କିଏ ଓ କାହିଁକି ରଖିଛି କାରଣ ଅସ୍ପଷ୍ଟ

କଟକ ମୁଖ୍ଯ ରାସ୍ତାର ଚାନ୍ଦବାଲି ବୈତରଣୀ ବ୍ରିଜ ନିକଟରୁ ୨ ଗୋଟି ହାତ ତିଆରି ବୋମାକୁ ଉଦ୍ଧାର କରିଛି ପୋଲିସ। କେହି କିଛି ମନ୍ଦ ଉଦ୍ଦେଶ୍ଯରେ ଏହାକୁ ଆଣି ଥୋଇଥାଇପାରେ ବୋଲି ଚର୍ଚ୍ଚା ଚାଲିଛି

ଚାନ୍ଦବାଲି (କେନ୍ୟୁଜ): କଟକ ମୁଖ୍ଯ ରାସ୍ତାର ଚାନ୍ଦବାଲି ବୈତରଣୀ ବ୍ରିଜ ନିକଟରୁ ୨ ଗୋଟି ହାତ ତିଆରି ବୋମାକୁ ଉଦ୍ଧାର କରିଛି ପୋଲିସ । ଖବର ମୁତାବକ ଆଜି ସକାଳୁ ସକାଳୁ ବ୍ରିଜ ନିକଟକୁ ସ୍ଥାନୀୟ ଅଞ୍ଚଳର ଯୁବକ ଶୈଚ ହେବାକୁ ଯାଇଥିଲେ । ଗୋଟିଏ ବ୍ଯାଗରେ ୨ ଗୋଟି ହାତ ତିଆରି ଅଫୁଟା ବୋମା ଥିବାର ଦେଖିବାକୁ ପାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ଯୁବକ ଚାନ୍ଦବାଲି ପୋଲିସକୁ ଖବର ଦେଇଥିଲେ ।

ଚାନ୍ଦବାଲି ପୋଲିସ ବ୍ରିଜ ନିକଟରେ ପହଞ୍ଚି ୨ ଗୋଟି ହାତ ତିଆରି ବୋମାକୁ ଉଦ୍ଧାର କରିଥିଲା । ତେବେ ଚାନ୍ଦବାଲି ବ୍ଲକର ମତୋ ଫାଣ୍ଡି ଅଂଚଳର ଏମିତି ଗାଁ ଅଛି ଯେ କି ସେଠାରେ ହାତ ତିଆରି ବୋମା ଭିଡା ଯାଏ । ତେଣୁ କେହି କିଛି ମନ୍ଦ ଉଦ୍ଦେଶ୍ଯରେ ଏହାକୁ ଆଣି ଥୋଇଥାଇପାରେ ବୋଲି ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.