ଜେଏନୟୁରେ ଧାରଣା ଦେଲେ ୨୦ ହଜାର ଜରିମାନା ଏବଂ ହିଂସା କଲେ ରଦ୍ଦ ହେବ ଆଡମିଶନ

ଜେଏନୟୁ ବିଶ୍ୱବିଦ୍ୟାଳୟରେ ଧାରଣା ଦେବା ମନା । ବିଶ୍ୱବିଦ୍ୟାଳୟରେ ଧାରଣା ଦେଲେ ୨୦ ହଜାର ଜରିମାନା ଏବଂ ହିଂସା କଲେ ରଦ୍ଦ ହେବ ଆଡମିଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣା ଏବଂ ଆନ୍ଦୋଳନ ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଆଣିଲା କଠୋର ନିୟମ ।

ବିଶ୍ୱବିଦ୍ୟାଳୟ ଆଣିଲା ନୂଆ ନିୟମ । ଦେଶର ପ୍ରତିଷ୍ଠିତ ତଥା ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଏଣିକି ଧାରଣା ମନା। ଯଦି ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ କରାଯାଏ, ତେବେ ଦେବାକୁ ହେବ ଜରିମାନା । କେବଳ ସେତିକି ନୁହେଁ, ଧାରଣା ଦେଲେ ପିଲାଙ୍କୁ ୨୦,୦୦୦ ଟଙ୍କା ଜରିମାନା ସହ ଆଡମିଶନ ମଧ୍ୟ ବାତିଲ କରାଯାଇପାରେ। ସେହିପରି ହିଂସାକାଣ୍ଡ ଘଟାଇଲେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଜେଏନୟୁରେ ବାରମ୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣା ଓ ଆନ୍ଦୋଳନ କରାଯାଉଥିବାରୁ ଏହାକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏମିତି କଠୋର ନିୟମ ଆଣିଛନ୍ତି। ଯାହାକୁ ନେଇ ବିବାଦ ମଧ୍ୟ ଉପୁଜିଛି।

୧୦ପୃଷ୍ଠାର ‘ଅନୁଶାସନ ନିୟମ ଏବଂ ଉପଯୁକ୍ତ ଆଚରଣ’ ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଦଣ୍ଡବିଧାନ ସ୍ଥିର କରାଯାଇଛି । ଏହା ସହିତ ଶୃଙ୍ଖଳା ଉଲ୍ଲଂଘନ ପାଇଁ ବିରୋଧ ଏବଂ ଜାଲିଆତି ପାଇଁ ଦଣ୍ଡ ସ୍ଥିର କରାଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥିର ହୋଇଥିବା ନିୟମକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଏହି ନୂଆ ନିୟମ ଫେବୃଆରୀ ୩ରୁ ଲାଗୁ ହୋଇଛି । ବିଶ୍ୱବିଦ୍ୟାଳୟରେ ବିବିସି ଡକ୍ୟୁମେଣ୍ଟାରୀ ଦେଖାଯିବା ପରେ ଯେଉଁ ବିରୋଧ ପ୍ରଦର୍ଶନ ହୋଇଥିଲା, ତା’ ପରେ ଏହାକୁ ଲାଗୁ କରାଯାଇଛି । ତେବେ ବିଶ୍ୱବିଦ୍ୟାଳୟର ଏହି ନୂଆ ନିୟମକୁ ଏବିଭିପି ସ୍ୱାଗତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.