Below header

ଭୁଲ ଇଞ୍ଜେକସନ୍‌ରୁ ଗଲା ଛାତ୍ରଙ୍କ ଜୀବନ: ମେଡିକାଲରେ ଚାପା ଉତ୍ତେଜନା, ଡାକ୍ତରଙ୍କୁ ମାଡ଼ ମାରିଲେ ପରିବାର ଲୋକେ

ଛାତ୍ରଙ୍କ ଚିକିତ୍ସା ପାଇଁ ପରିବାର ଲୋକ ଏକ ଘରୋଇ କ୍ଲିନିକକୁ ନେଇଥିଲେ । ଡାକ୍ତର ଇଞ୍ଜେକ୍ସନ ଦେବା ପରେ ଛାତ୍ର ଜଣଙ୍କ ଚେତାଶୂନ୍ୟ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭଦ୍ରକ (କେନ୍ୟୁଜ): ଭୁଲ ଇଞ୍ଜେକସନ୍‌ରୁ ଗଲା ଛାତ୍ରଙ୍କ ଜୀବନ। ଚିକିତ୍ସା ଅବହେଳାରୁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼ ମାରିଲେ ପରିବାର ଲୋକେ । ଏନେଇ ଭଦ୍ରକ ମେଡିକାଲରେ ଚାପା ଉତ୍ତେଜନା ।

ସୂଚନା ଅନୁସାରେ, ମୃତ ଛାତ୍ର ଶୁଭେନ୍ଦୁ ରାଉତ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ଥିଲେ । ଚିକିତ୍ସା ପାଇଁ ପରିବାର ଲୋକ ଏକ ଘରୋଇ କ୍ଲିନିକକୁ ନେଇଥିଲେ । ଡାକ୍ତର ଇଞ୍ଜେକ୍ସନ ଦେବା ପରେ ଛାତ୍ର ଜଣଙ୍କ ଚେତାଶୂନ୍ୟ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଘଟଣାର ଖବର ପାଇ ଟାଉନ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ମୃତ ଛାତ୍ରଙ୍କ ସମ୍ପର୍କୀୟ ଡାକ୍ତରଙ୍କ ଘରୋଇ କ୍ଲିନିକ ଓ ତାଙ୍କ ଘର ସମୁଖରେ ନାରାବାଜୀ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.