ଆଜି ପର୍ଯ୍ୟାୟ କ୍ରମେ ଖୋଲାଯିବ ହୀରାକୁଦ ଡ୍ୟାମ୍ର ୧୬ଟି ଗେଟ୍
ସମ୍ବଲପୁର(କେନ୍ୟୁଜ୍) : ଖାଲିବ ହୀରାକୁଦ ଗେଟ୍ । ପ୍ରଥମେ ଦୁଇଟି ଗେଟ୍ ଖୋଲାଯାଇଛି । ପର୍ଯ୍ୟାୟ କ୍ରମେ ଆଜି ୧୬ଟି ଗେଟ୍ ଖେଳାଯିବ। ଗତକାଲି ହୀରାକୁଦର ପ୍ରଥମ ଗେଟ୍ ଖୋଲିଥିଲା । ତିନି ଘଣ୍ଟା ପରେ ଖୋଲାଯାଇଥିବା ୭ ନମ୍ବର ଗେଟ୍କୁ ବନ୍ଦ କରାଯାଇଥିଲା । ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବନ୍ୟା ଜଳ ଭରି ରହିଥିବାରୁ ଗେଟକୁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ ହୀରାକୁଦର ଜଳସ୍ତର ରହିଛି ୬୨୧.୬୭ ଫୁଟ । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୫୮ ହଜାର ୩୧୮ କ୍ୟୁସେକ୍ ପାଣି । ନିଷ୍କାସିତ ହେଉଛି ୧୫ ହଜାର ୨୯୪ କ୍ୟୁସେକ୍ ଜଳ ।