Below header

ବ୍ରହ୍ମବରଦା ଅଞ୍ଚଳରୁ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କା ଜବତ, ୨ଜଣ ଗିରଫ

ଗତ ୧୪ତାରିଖ ଅପରାହ୍ନ ସମୟରେ ଵ୍ରହ୍ମବରଦା ଥାନା ଅନ୍ତର୍ଗତ ସାହାପଡା ଗ୍ରାମର ଇନ୍ଦ୍ରମଣି ପରିଡା ଓ ସମ୍ପର୍କୀୟ ପୁତୁରା ଦୁହେଁ ଏକ ବାଇକରେ ଝିଅ ବାହାଘର ପାଇଁ ବ୍ୟାଙ୍କରୁ ୪ଲକ୍ଷ ୨୦ହଜାର ଟଙ୍କା ଉଠାଇ ଫେରୁଥିବା ବେଳେ ଵ୍ରହ୍ମବରଦା ନିକଟରେ ଲୁଟର ଶିକାର ହୋଇଥିଲେ।

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଵ୍ରହ୍ମବରଦା ଅଞ୍ଚଳରୁ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କା ଜବତ ସହ ୨ ଅଭିଯୁକ୍ତ ଗିରଫ। ସୂଚନା ମୁତାବକ, ଗତ ୧୪ତାରିଖ ଅପରାହ୍ନ ସମୟରେ ଵ୍ରହ୍ମବରଦା ଥାନା ଅନ୍ତର୍ଗତ ସାହାପଡା ଗ୍ରାମର ଇନ୍ଦ୍ରମଣି ପରିଡା ଓ ସମ୍ପର୍କୀୟ ପୁତୁରା ଦୁହେଁ ଏକ ବାଇକରେ ଝିଅ ବାହାଘର ପାଇଁ ବ୍ୟାଙ୍କରୁ ୪ଲକ୍ଷ ୨୦ହଜାର ଟଙ୍କା ଉଠାଇ ଫେରୁଥିବା ବେଳେ ଵ୍ରହ୍ମବରଦା ନିକଟରେ ଲୁଟର ଶିକାର ହୋଇଥିଲେ। ୪ଜଣ ଯୁବକ ଦୁଇଟି ବାଇକରେ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ। ତେବେ କିଛି ବାଟ ଯିବା ପରେ ଗୋଟିଏ ବାଇକରେ ଥିବା ଦୁଇ ଜଣ ଯୁବକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅନ୍ୟ ଦୁଇ ଯୁବକ ଫେରାର ହୋଇଯାଇଥିଲେ।

ପୋଲିସ ଉକ୍ତ ଯୁବକ ଦ୍ୱୟଙ୍କୁ କାବୁ କରି ଘଟଣାର ତଦନ୍ତ ଚଳାଇଥିଲା। ଏହି ଘଟଣାରେ ଲୁଟ ହୋଇଥିବା ଟଙ୍କାକୁ ପୋଲିସ ଜବତ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ନିକଟରୁ ୨ଟି ମୋବାଇଲ, ବ୍ୟାଙ୍କ ପାସ ବୁକ ଓ ବ୍ୟବହୃତ ବାଇକ ଜବତ ସହ ଅଟକ ଥିବା ୨ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହି ଲୁଟରେ ସମ୍ପୃକ୍ତ ଥିବା ଅନ୍ୟ ୨ଅଭିଯୁକ୍ତକୁ ଖୁବ ଶୀଘ୍ର ଧରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ନାରାୟଣ ବାରିକ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ଼ ଏସଡ଼ିପିଓ ସଞ୍ଜୟ ପଟ୍ଟନାୟକ ଓ ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.