Below header

କାଲି ଜାଗର ପାଇଁ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ଆରଡି ପୀଠ: ଭୋର ୪ ଟାରେ ମନ୍ଦିର ପହୁଡ ଖୋଲାହେବା

ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠ । ଏକବାର ପାଇଁ ଆଖଣ୍ଡଳମଣୀଙ୍କ ପାଖରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି ।

ଚାନ୍ଦବାଲି(କେନ୍ୟୁଜ୍): ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠ । ଏକବାର ପାଇଁ ଆଖଣ୍ଡଳମଣୀଙ୍କ ପାଖରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି । ଆଜି ମନ୍ଦିର ଚୁଡାରେ ନୂଆ ନେତ ଲାଗି କରାଯାଇଥିଲା । କାଲି ଜାଗର ପାଇଁ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ଆରଡି ପୀଠ । କାଲି ଭୋର ୪ ଟାରେ ମନ୍ଦିର ପହୁଡ ଖୋଲାହେବା । ପ୍ରଥମେ ମଙ୍ଗଳ ଆଳତି କରାଯାଇ କନିକା ରାଜାଙ୍କ ଦ୍ୱାରା ପହିଲି ଭୋଗ ଲାଗି ହେବ । ଏହା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ।

ଭୋର ୫ ଘଟିକାରେ ଉଠିବ ମହାଦୀପ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ତରଫରୁ ପୀଠରେ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅତିରିକ୍ତ ଏସ୍‌ପି ଜଣେ , ଡିଏସ୍‌ପି ୮ ଜଣ , ଇନ୍ସପେକଟର ୧୦ଜଣ , ସବଇନ୍ସିପେକଟର ଓ ଏଏସ୍‌ଆଇ ୫୬ ଜଣ ମୁତୟନ ହେବେ । ସମୁଦାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ଆରଡି ଓ ଆଖାପାଖ ଅଂଚଳରେ ମୁତୟନ ହେବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.