ଜନ୍ମ ଦିନ ପାର୍ଟିରେ ନୃତ୍ୟାଙ୍ଗନା ହେଲେ ଗଣ ଦୁଷ୍କର୍ମର ଶିକାର, ୬ ଅଭିଯୁକ୍ତ ଫେରାର୍‌

ଜଣେ ବ୍ୟକ୍ତିଙ୍କ ଜନ୍ମ ଦିନ ଉତ୍ସବରେ ନୃତ୍ୟ ପାଇଁ ଡକାଯାଇଥିବା ଜଣେ ନୃତ୍ୟାଙ୍ଗନାଙ୍କୁ ୬ ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଘଟଣଟି ଘଟିଛି ଉତ୍ତର ପ୍ରଦେଶ ୟୁନାଓ ଜିଲ୍ଲାରେ । ସମସ୍ତ ୬ ଅଭଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ତନାଘନା ଜାରି ରଖିଛି ।

ୟୁନାଓ : ଜଣେ ବ୍ୟକ୍ତିଙ୍କ ଜନ୍ମ ଦିନ ଉତ୍ସବରେ ନୃତ୍ୟ ପାଇଁ ଡକାଯାଇଥିବା ଜଣେ ନୃତ୍ୟାଙ୍ଗନାଙ୍କୁ ୬ ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଘଟଣଟି ଘଟିଛି ଉତ୍ତର ପ୍ରଦେଶ ୟୁନାଓ ଜିଲ୍ଲାରେ । ସମସ୍ତ ୬ ଅଭଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ତନାଘନା ଜାରି ରଖିଛି ।

ଅଭିଯୋଗ ଅନୁଯାୟୀ, ଦୀପକ ନଗରରେ ଜଣେ ଜମି ଡିଲରଙ୍କ ଜନ୍ମଦିନ ଉତ୍ସବରେ ନୃତ୍ୟ ପାର୍ଟିର ୩ ଜଣ ନୃତ୍ୟାଙ୍ଗନାଙ୍କୁ ନୃତ୍ୟ ପରିଚାଳନା ପାଇଁ ୬୦୦୦ ଟଙ୍କାରେ ବୁକ୍‌ କରାଯାଇଥିଲା । ନୃତ୍ୟ କାର୍ଯ୍ୟକ୍ରମ ସାରି ସେମାନେ ଫେରୁଥିବା ବେଳେ ୬ ଜଣ ନିଶାଶକ୍ତ ବ୍ୟକ୍ତି ତାଙ୍କୁ ଏକ କାରରେ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ ।

ଏ ସମ୍ପର୍କରେ ଜାଜମାଉ ଥାନରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ତାଙ୍କ ଅଭିଯୋଗ ଶୁଣି ନଥିଲା । ପରେ ସେ ୟୁନାଓ ସଦର ଥାନାରେ ଅଭିଯୋଗ କରିଥିଲେ । ଫଳରେ ପୋଲିସ ଆଇପିସି ୩୦୭ ଦଫାରେ ମାମଲା ରୁଜୁ କରିଥିଲେ । ଦୁଷ୍କର୍ମ ମାମଲାର ସତ୍ୟତା ଜାଣିବା ପାଇଁ ଅଭିଯୋଗକାରୀଙ୍କ ଡାକ୍ତର ପରୀକ୍ଷା କରାଯିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବା ୟୁନାଓ ପୋଲିସ ଅଧିକ୍ଷକ ସିଦ୍ଧାର୍ଥ ମୀନା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.