ଭାରତ-ଅଷ୍ଟ୍ରେଲିଆ ଦିଲ୍ଲୀ ଟେଷ୍ଟ: ପ୍ରଥମ ଦିନର ଖେଳ ଶେଷ, ଭାରତର ସ୍କୋର ୨୧/୦; ୨୬୩ରେ ଅଲ୍‌ଆଉଟ ହୋଇଥିଲା ଅଷ୍ଟ୍ରେଲିଆ

ଦିଲ୍ଲୀ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଅପରାଜିତ ଫେରିଛନ୍ତି ରାହୁଲ ଓ ରୋହିତ। ଏହି କ୍ରମରେ ଭାରତର ସ୍କୋର ରହିଛି ୨୧/୦। ସେପଟେ ପ୍ରଥମ ଇଂନିସ୍‌ରେ କଙ୍ଗାରୁ ଦଳ ୨୬୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଇଂନିସ୍‌ରେ ୨୬୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଦିନର ଶେଷ ଘଣ୍ଟା ସୁଦ୍ଧା ଟିମ୍‌ ଇଣ୍ଡିଆ କୌଣସି ଓ୍ଵିକେଟ୍‌ ହରାଇ ନାହିଁ। ଟିମ୍‌ ଇଣ୍ଡିଆ ୨୧/୦ ସହିତ ପ୍ରତ୍ୟାବର୍ତ୍ତନ କରୁଛି।

ଭାରତର ବୋଲରମାନଙ୍କ ସାମ୍ନାରେ କଙ୍ଗାରୁ ଦଳ ସମ୍ପୂର୍ଣ୍ଣ ଭାବେ ବିଫଳ ନଜର ଆସିଥିଲା। ଏହି ଇଂନିସ୍‌ରେ ମହମ୍ମଦ ଶାମି ୪, ରବିଚନ୍ଦ୍ରନ ଅଶ୍ୱିନ ୩ ଏବଂ ରବୀନ୍ଦ୍ର ଜାଡେଜା ୩ ଓ୍ଵିକେଟ୍‌ ନେଇଛନ୍ତି।

ଅଷ୍ଟ୍ରେଲିଆ ପାଇଁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଭଲ ନ ଥିଲା, ଯଦିଓ ଉସ୍‌ମାନ ଖ୍ଵାଜା ଦଳ ପାଇଁ ୮୧ ରନ୍‌ର ଇଂନିସ୍‌ ଖେଳିଥିଲେ। ଶେଷରେ ପିଟର ହ୍ୟାଣ୍ଡସ୍‌କୋମ୍ବ ୭୨ ରନ୍‌ ଅପରାଜିତ ଇଂନିସ୍‌ ଖେଳିଥିଲେ।

ସେପଟେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ରୋହିତ ଶର୍ମା (୧୩) ଓ କେଏଲ୍‌ ରାହୁଲ (୪) ପ୍ରଥମ ଦିନ ଅପରାଜିତ ରହି ଫେରିଛନ୍ତି। ଟିମ୍‌ ଇଣ୍ଡିଆର ସ୍କୋର ବିନା ଓ୍ଵିକେଟ୍‌ରେ ୨୧ ରନ୍‌ ରହିଛି ଏବଂ ଏଥି ସହିତ ଦିଲ୍ଲୀ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଯାଇଛି।

ଅଷ୍ଟ୍ରେଲିଆର ପ୍ରଥମ ଇଂନିସ୍‌ ୨୬୩ରେ ସୀମିତ ରହିଥିଲା। ଟିମ୍‌ ଇଣ୍ଡିଆ ଏବେ ୨୪୨ ରନ୍‌ ପଛରେ ରହିଛି। ଭାରତ ସାମ୍ନାରେ ଦ୍ୱିତୀୟ ଦିନ ଏହି ସ୍କୋରକୁ ପାର୍‌ କରିବାର ଚ୍ୟାଲେଞ୍ଜ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.