Below header

ଭାରତର ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି ବିଦେଶୀ ଶକ୍ତି : ସ୍ମୃତି ଇରାନୀ

ବିଦେଶୀ ଶକ୍ତି ଭାରତର ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚାହୁଁଛନ୍ତି ଓ ଆମେରିକାର ଆରବପତି ଜର୍ଜ ସୋରସ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଛବିକୁ ନଷ୍ଟ କରିବାକୁ ଚାହୁଁଛନ୍ତ ବାଲି କେନ୍ଦ୍ର ମନ୍ତ୍ରୀ ସ୍‌ୃତି ଇରାନୀ ଆଜି ଏଠାରେ ପ୍ରକାଶ କରିଛନ୍ତି । ତେଣୁ ସମସ୍ତ ଭାରତୀୟ ଏଥିପାଇଁ ଏକାଠି ହୋଇ ଜର୍ଜଙ୍କ ଷଡଯନ୍ତ୍ରକୁ ମୁହଁ ତୋଡ ଯବାବ ଦେବାକୁ ପ୍ରତିଟି ଭାରତୀୟଙ୍କୁ ଶ୍ରୀମତି ଇରାନୀ ଅନୁରୋଧ କରିଛନ୍ତି ।

ନୂଆଦିଲ୍ଲୀ : ବିଦେଶୀ ଶକ୍ତି ଭାରତର ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚାହୁଁଛନ୍ତି ଓ ଆମେରିକାର ଆରବପତି ଜର୍ଜ ସୋରସ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଛବିକୁ ନଷ୍ଟ କରିବାକୁ ଚାହୁଁଛନ୍ତ ବାଲି କେନ୍ଦ୍ର ମନ୍ତ୍ରୀ ସ୍‌ୃତି ଇରାନୀ ଆଜି ଏଠାରେ ପ୍ରକାଶ କରିଛନ୍ତି । ତେଣୁ ସମସ୍ତ ଭାରତୀୟ ଏଥିପାଇଁ ଏକାଠି ହୋଇ ଜର୍ଜଙ୍କ ଷଡଯନ୍ତ୍ରକୁ ମୁହଁ ତୋଡ ଯବାବ ଦେବାକୁ ପ୍ରତିଟି ଭାରତୀୟଙ୍କୁ ଶ୍ରୀମତି ଇରାନୀ ଅନୁରୋଧ କରିଛନ୍ତି ।

ଶ୍ରୀମତି ଇରାନୀ ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଜର୍ଜ ସୋରୋସଙ୍କ ଏକମାତ୍ର ପ୍ରଚେଷ୍ଟା ହେଉଛି କିପରି ମୋଦିଙ୍କୁ ବଦନାମ କରିବେ । ଦେଶରୁ ମୋଦି ସରକାରଙ୍କୁ ବିଦା କରି ତାଙ୍କୁ ସୁହାଉଥିବା ଏକ ସରକାରକୁ ଭାରତରେ ପ୍ରତିଷ୍ଠା କରିବା ଜର୍ଜଙ୍କ ଲକ୍ଷ୍ୟ । ଭାରତର ଗଣତନ୍ତ୍ର ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଜର୍ଜ ଅର୍ଥ ଘୋଷଣା ମଧ୍ୟ କରିଛନ୍ତି । ଏହି ଅର୍ଥ କିଏ ଦେଉଛି ତାହା ସମସ୍ତଙ୍କୁ ଜଣା ବୋଲି ଶ୍ରୀମତି ଇରାନୀ ପ୍ରକାଶ କରିଥଲେ ।

ଜର୍ଜ ସୋରସ ଘୋଷଣା ମଧ୍ୟ କରିଛନ୍ତି ଯେ ତାଙ୍କର ମୁଖ୍ୟ ଟାର୍ଗେଟ ହେଲେ ନରେନ୍ଦ୍ର ମୋଦି । ସେ ତାଙ୍କ ବିଦେଶୀ ଶକ୍ତି ବଳରେ ଭାରତରେ ଏପରି ଏକ ସରକାର ଗଠନ କରିବେ ଯାହା ତାଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେବ ବୋଲି ଜର୍ଜ କହିଛନ୍ତି ।

ତେଣୁ ଭାରତର ସମସ୍ତ ରାଜନୈତିକ ଗୋଷ୍ଠୀ, ସଂଗଠନ ଓ ଏପରିକି ପ୍ରତ୍ୟେକ ଭାରତୀୟ ଜର୍ଜ ସୋରସଙ୍କ ଷଡଯନ୍ତ୍ରର ଉଚିତ ଯବାବ ଦେବେ ବୋଲି ଶ୍ରୀମତି ଇରାନୀ ପ୍ରକାଶ କରିଛନ୍ତି । ଗତ କିଛି ବର୍ଷ ଧରି ଏହି ଷଡଯନ୍ତ୍ର ପ୍ରକ୍ରିୟା ଜାରି ରହିଛି । ଭାରତ ଏବେ ଅର୍ଥନୀତିରେ ବିଶ୍ୱର ୫ମ ସର୍ବ ବୃହତ ରାଷ୍ଟ୍ର ଭାବେ ସ୍ଥାନ ପାଇଥିବାରୁ ଆମେରିକା, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମେତ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ମଧ୍ୟ ଭାରତକୁ କୃତଜ୍ଞତା ଜଣାଇଛନ୍ତି । ତେଣୁ ଏପରି କିଛି ଷଡଯନ୍ତ୍ରକାରୀ ଭାରତର ଗଣତନ୍ତ୍ରକୁ ନଷ୍ଟ କରିବାକୁ ଅପଚେଷ୍ଟା ଚଳାଇ ଥିବାରୁ ସେମାନଙ୍କୁ ଉଚିତ୍‌ ଜବାବ ଦେବାକୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.