କିସ୍‌-ଭୁବନେଶ୍ୱରର ଚତୁର୍ଥ କ୍ୟାମ୍ପସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିଟ୍‌ର ବିଭିନ୍ନ ଷ୍ଟାଡିୟମ୍‌ ଓ ଭିତ୍ତିଭୂମିକୁ କଲେ ଲୋକାର୍ପଣ

ପୂର୍ବରୁ କିସ୍‌-ଭୁବନେଶ୍ୱର ଓ କିସ୍‌ ବିଶ୍ୱବିଦ୍ୟାଳୟର ବୃହତ କ୍ୟାମ୍ପସ୍‌ ଥିବା ବେଳେ ଏବେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ ଉଦ୍‌ଘାଟିତ ହୋଇଛି।

ଭୁବନେଶ୍ବର(କେନ୍ୟୁଜ୍): କିସ୍‌ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌ ତଥା କିସ୍‌-ଭୁବନେଶ୍ୱରର ଚତୁର୍ଥ କ୍ୟାମ୍ପସକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାଁରେ ନାମିତ କିଟ୍‌ର ବିଭିନ୍ନ ଷ୍ଟାଡିୟମ୍‌ ଓ ଭିତ୍ତିଭୂମିକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।  ପୂର୍ବରୁ କିସ୍‌-ଭୁବନେଶ୍ୱର ଓ କିସ୍‌ ବିଶ୍ୱବିଦ୍ୟାଳୟର ବୃହତ କ୍ୟାମ୍ପସ୍‌ ଥିବା ବେଳେ ଏବେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ ଉଦ୍‌ଘାଟିତ ହୋଇଛି। କିସ୍‌ ବିଶ୍ୱବିଦ୍ୟାଳୟର ମେଗା କ୍ୟାମ୍ପସ୍‌ରେ ଆକାଡେମିକ୍‌ ବିଲ୍‌ଡିଂ, ବୃହତ ଲାଇବ୍ରେରୀ, ୩ ହଜାର ଛାତ୍ର ରହିବା ଭଳି ଛାତ୍ରାବାସ, ୩ ହଜାର ଛାତ୍ରୀ ରହିବା ଭଳି ଛାତ୍ରୀନିବାସର ବ୍ୟବସ୍ଥା ରହିଛି । ପୂର୍ବରୁ ମଧ୍ୟ ଏଠାରେ ଥିବା ଛାତ୍ରାବାସରେ ୩ ହଜାର ଛାତ୍ର ଓ ଛାତ୍ରୀନିବାସରେ ୩ ହଜାର ଛାତ୍ରୀ ରହୁଛନ୍ତି ।

KISS

ସେହିପରି ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ବହୁ ଉପଯୋଗୀ ଇଣ୍ଡୋର ଷ୍ଟାଡ଼ିୟମ ଓ କିଟ୍‌ କ୍ରିକେଟ ଷ୍ଟାଡ଼ିୟମ, ଦିଲିପ ତିର୍କୀ ହକି ଷ୍ଟାଡିୟମ୍‌, ଅଭିନବ ବିନ୍ଦ୍ରା ଇନ୍‌-ଡୋର ସୁଟିଂ ରେଞ୍ଜ, ରାହୁଳ ବୋଷ ରଗ୍‌ବୀ ଷ୍ଟାଡିୟମ୍‌, ଦେବାଶିଷ ଓ ଶିବ ସୁନ୍ଦର ଷ୍ଟାଣ୍ଡ, ବିଶ୍ୱନାଥନ୍‌ ଆନନ୍ଦ ଇଣ୍ଟରନ୍ୟାସନାଲ୍‌ ଚେସ୍‌ ହଲ୍‌, ଲିଆଣ୍ଡର ପେସ୍‌ ଟେନିସ୍‌ ଷ୍ଟାଡିୟମ୍‌, ଦୂତି ଚାନ୍ଦ ଆଥଲେଟିକ୍‌ ଷ୍ଟାଡିୟମ୍‌, ଅମିୟ ମଲ୍ଲିକ୍‌ ଆଥଲେଟିକ୍‌ ଷ୍ଟାଣ୍ଡ, ଶ୍ରାବଣୀ ନନ୍ଦ ଷ୍ଟାଣ୍ଡ, ମିନତୀ ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‌, ପ୍ରମୋଦ ଭଗତ ବ୍ୟାଡ୍‌ମିଣ୍ଟନ୍‌ ଇନ୍‌-ଡୋର ହଲ୍‌, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ ଆଦି କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.