ଆଇପିଏଲ୍‌ ୨୦୨୩ର କାର୍ଯ୍ୟସୂଚୀ ଘୋଷିତ; ୩୧ ମାର୍ଚ୍ଚରୁ ୨୮ ମେ’ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୬ତମ ସିଜନର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଇପିଏଲ୍‌ ୨୦୨୩ର ପ୍ରଥମ ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ।

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସିଜନର କାର୍ଯ୍ୟସୂଚୀ ଶୁକ୍ରବାର ଜାରି ହୋଇଛି। ଏଥର ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ। ଚଳିତ ଥର ୧୦ ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗତଥର ଗୁଜରାଟ ଟାଇଟନ୍ସ ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ହରାଇ ଟାଇଟଲ୍‌ ବିଜୟୀ ହୋଇଥିଲା। ଟିମ୍‌ ପ୍ରଥମ ଥର ଆଇପିଏଲ୍‌ରେ ଖେଳିଥିଲା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟିକତ୍ୱରେ ପ୍ରଥମ ପ୍ରୟାସରେ ହିଁ ଆଇପିଏଲ୍‌ର ଟାଇଟଲ ହାସଲ କରିଥିଲା।

ସୂଚନାଥାଉ କି, ଆଇପିଏଲ୍‌ ୨୦୨୩ର ୧୦ ଟିମ୍‌କୁ ଏ ଏବଂ ବି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରଥମ ଗ୍ରୁପ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍‌ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍‌କୁ ରଖାଯାଇଛି।

ସେହିପରି ଦ୍ୱିତୀୟ ଗ୍ରୁପ୍‌ରେ ଅଛନ୍ତି ଚେନ୍ନାଇ ସୁପରକିଙ୍ଗ୍‌ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ।

କହି ରଖୁଛୁ, ଆଇପିଏଲ୍‌ ୨୦୧୯ ପରେ ପ୍ରଥମ ଥର ସମସ୍ତ ମ୍ୟାଚ୍‌ ଘରୋଇ ଗ୍ରାଉଣ୍ଡରେ ଖେଳାଯିବ। ୨୦୨୦ରେ କରୋନା ଭାଇରସ୍‌ ଯୋଗୁ ଆଇପିଏଲ୍‌ ୟୁଏଇରେ ଆୟୋଜିତ ହୋଇଥିଲା। ୨୦୨୧ରେ ଭାରତର କିଛି ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳାଯାଇଥିଲା। କିନ୍ତୁ ମହାମାରୀ ବଢ଼ିବା କାରଣରୁ ମ୍ୟାଚ୍‌ଗୁଡ଼ିକୁ ମଝିରୁ ଅଟକା ଯାଇଥିଲା ଏବଂ ପରେ ଦୁବାଇରେ ପୂରା କରାଯାଇଥିଲା। ୨୦୨୨ରେ ଟୁର୍ଣ୍ଣାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭାରତରେ ହିଁ ଖେଳା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.