ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ପୂରିଛି ଦୁଇ ବର୍ଷ, ଏବେ ବଲାଙ୍ଗୀର ଜେଲରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଦୁଇ ବର୍ଷ ପୂରିଛି । ୨୦୧୮ ଫେବ୍ରୁଆରୀ ମାସରେ ହୋଇଥିଲା ଏହି ଲୋମଟାଙ୍କୁରା ଘଟଣା । ୧୮ ତାରିଖରେ ବିବାହ, ୨୧ରେ ଆସିଥିଲା ପାର୍ସଲ ବୋମା ଓ ୨୩ରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଶେଖର ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିଲା । ନବବଧୂ ରିମାରାଣୀ ଗୁରୁତର ହୋଇଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗୀର ଜେଲରେ । ଏବେବି ପରିବାର ସେହି ଲୋମଟାଙ୍କୁରା ଘଟଣାକୁ ଭୁଲିପାରିନାହିଁ ।