ଯଦି ଆଧାର କାର୍ଡ ଅଛି, ତା’ହେଲେ ୧୦ ମିନିଟ୍‌ରେ ତିଆରି ହେବ ଆପଣଙ୍କ ପ୍ୟାନ୍‌ କାର୍ଡ, ପଇସା ବି ଖର୍ଚ୍ଚ ହେବନି, ଏମିତି କରନ୍ତୁ ଆବେଦନ

ଦେଶରେ ଏକ ପ୍ରମୁଖ ଦସ୍ତାବିଜ୍‌ ରୂପେ ଆଧାର କାର୍ଡ ଗଣନା ହୋଇଥାଏ। ବ୍ୟାଙ୍କରୁ ଆରମ୍ଭ କରି ସିମ୍‌ କାର୍ଡ ନେବା ଏବଂ ପାସ୍‌ପୋର୍ଟ ବନାଇବା ପଯ୍ୟର୍ନ୍ତ, ସବୁଥିରେ ଆଧାର କାର୍ଡର ଆବଶ୍ୟକ ପଡ଼ିଥାଏ। ଆଧାର କାର୍ଡର ଏକ ବଡ଼ ଫାଇଦା ହେଉଛି, ଆପଣଙ୍କୁ ଅନେକ ଦସ୍ତାବିଜ୍‌ରୁ ମୁକ୍ତି ମିଳିଥାଏ। ଏବେ ସରକାର ପ୍ୟାନ୍‌ କାର୍ଡ ତିଆରି କରୁଥିବା ଲୋକଙ୍କୁ ବଡ଼ ଭେଟି ଦେବାକୁ ଯାଇ କହିଛନ୍ତି, ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ଅଛି, ତା’ହେଲେ ମାତ୍ର ୧୦ ମିନିଟ୍‌ରେ ଆପଣ ପ୍ୟାନ୍‌ କାର୍ଡ ବନାଇ ପାରିବେ। ଆସନ୍ତୁ ଜାଣିବା କେମିତି…।

a2

୧. ପ୍ରଥମେ ଆୟକର ବିଭାଗର େଓ୍ଵବ୍‌ସାଇଟକୁ ଯାଆନ୍ତୁ। ଏହାପରେ ବାମ ପାର୍ଶ୍ୱରେ ଦେଖାଯାଉଥିବା ‘Instant PAN through Aadhaar’ର ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ।

a33

୨. ଏହାପରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିଯିବ, ଯେଉଁଥିରେ ‘Get New PAN’ ଏବଂ ‘Check Status/Download PAN’ ଉପଲବ୍ଧ ରହିଥିବ। ଏହା ମଧ୍ୟରୁ ଆପଣ ‘Get New PAN’ ଉପରେ କ୍ଲିକ୍‌ କରିବେ।

a33

୩. ଏହାପରେ ଆପଣଙ୍କ ଆଧାର ନମ୍ବର ଏବଂ କେପ୍‌ଚା କୋଡ୍‌ ଦିଅନ୍ତୁ। ଏବେ ଆଧାର କାର୍ଡରୁ ରେଜିଷ୍ଟର୍ଡ ମୋବାଇଲ୍‌ ନମ୍ବରକୁ ଏକ ଓଟିପି ଆସିବ। ଓଟିପି ଦେବା ପରେ ଇ-ମେଲ୍‌ ଆଇଡି ଦିଅନ୍ତୁ ଏବଂ ପ୍ୟାନ୍‌ କାର୍ଡ ପାଇଁ ଜରୁରୀ ଆବଶ୍ୟକତା ଭରନ୍ତୁ।

rr

୪. ଫର୍ମ ଭରିବା ପରେ ମାତ୍ର ୧୦ ମିନିଟ୍‌ ଭିତରେ ଆପଣଙ୍କୁ ଆପଣଙ୍କ ପ୍ୟାନ୍‌ ନମ୍ବର ମିଳିଯିବ, ଯାହାକୁ ଆପଣ ପିଡିଏଫ୍‌ ଫର୍ମାଟ୍‌ରେ ଡାଉନ୍‌ଲୋଡ କରିପାରିବେ। ଆବେଦନ କରିବା ପରେ ଏହି େଓ୍ଵବ୍‌ସାଇଟରୁ ଆପଣ ‘Check Status/Download PAN’ ବିକଳ୍ପ ଉପରେ କ୍ଲିକ୍‌ କରି ପ୍ୟାନ୍‌ କାର୍ଡକୁ ପିଡିଏଫ୍‌ରେ ଡାଉନ୍‌ଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.