Below header

୯୯ ମହାବାତ୍ୟାକୁ ପୂରିଲା ୨୦ ବର୍ଷ, ସେଦିନର କାଳ ରାତିକୁ ଏବେବି ଭୁଲିନାହାନ୍ତି ବିପନ୍ନ

କେନ୍ୟୁଜ୍: ୧୯୯୯ ମହାବାତ୍ୟାକୁ ଆଜି ୨୦ବର୍ଷ ପୁରିଛି । ସେଦିନର ଘଟଣା ମନେ ପଡିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ବାତ୍ୟା ଉଜାଡି ଦେଇଥିଲା ଅନେକ ପରିବାରକୁ। ପ୍ରାଣ ହାରିଥିଲେ ୧୦ ହଜାରରୁ ଅଧିକ ଜୀବନ । କେତେ ଯେ ଗୋରୁ ଗାଈ ମଲେ ତାର ହିସାବ ନାହିଁ । ଆଣ୍ଡାମାନରେ ଅକ୍ଟୋବର ୨୫ରେ ସୃଷ୍ଟି ହୋଇଥିଲା । ୨୯ ତାରିଖରେ ପ୍ରଳୟଙ୍କରୀ ରୂପ ଧାରଣ କରି ଓଡ଼ିଶାରେ ପହଞ୍ଚିଥିଲା ବାତ୍ୟା । ସକାଳ ୧୦ଟା ୩୦ରେ ଏରସମା ଓ ବାଲିକୁଦା ଅଞ୍ଚଳରେ ହିଟ୍‌ କରିଥିଲା। ସେତେବେଳକୁ ପବନର ବେଗଥିଲା ୨୪୦ରୁ ୨୬୦ କିଲୋମିଟର । ପ୍ରାୟ ୩୦ଫୁଟର ଜୁଆର ଆସିଥିଲା ସମୁଦ୍ରରେ। କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ପ୍ରାୟ ୧କୋଟି ୨୫ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ । ୧୮ ଲକ୍ଷ ଚାଳ ଛପର ଘର ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.